#କଳାକବକ #ମ୍ୟୁକରମାଇକୋସିସ #ସୂତା #Thread
(ପ୍ର: ମିତ୍ରଙ୍କସହ କଥାହେବାପରେ, ବଡ଼ଭାଇ ଜାଣନ୍ତି ତାଙ୍କୁ)

ଏହା ଏକ ସୁବିଧାବାଦୀ ବା ଅପର୍ଚୁନିଷ୍ଟିକ ମାରାତ୍ମକ କବକ ସଂକ୍ରମଣ
୧/
କେଉଁଠି ଦେଖାଯାଏ?

-ରୋଗପ୍ରତିରୋଧକ ଶକ୍ତି କମ୍ ଥିଲେ
-ଅଣାୟତ୍ତ ମଧୁମେହ
-କୋଭିଡ ଚିକିତ୍ସାରେ
-ଅଧିକ ଦିନ ଅମ୍ଳଜାନ ନେଲେ
-ଭେଣ୍ଟିଲେଟରରେ ରହିଲେ
୨/
କୋଭିଡ଼ରେ କାହିଁକି?

-ଷ୍ଟିରଏଡ ବ୍ୟବହାର ଇମ୍ୟୁନିଟି କମାଏ
-ଟୋସିଲିଜୁମାବ ଇମ୍ୟୁନୋମଡୁଲେଟର ବ୍ୟବହାର
-ଭେଣ୍ଟିଲେଟରରେ ରହିବା ବା ଅଧିକ ଦିନ ଅମ୍ଳଜାନ ନେବାରେ ହ୍ୟୁମିଡିଫାୟର ର ବ୍ୟବହାର
୩/
କେଉଁ କୋଭିଡ଼ ରୋଗୀଙ୍କ ବିପଦ ଅଧିକ?

-ଅଣାୟତ୍ତ ଡାଇବେଟିସ ଥିଲେ
-ଯଥେଷ୍ଟ ଅଧିକ ଦିନ ଆଇସିୟୁ ରେ ରହୁଥିଲେ
-ଓଦା ସର୍ଫେସ୍ ର ଲମ୍ବା ଓକ୍ସୋପୋଜର୍
-ଅତ୍ୟଧିକ ଷ୍ଟିରଏଡ ଓ ଟୋସିଲିଜୁମାବ, ଇଟୋଲିଜୁମାବ, ଇଣ୍ଟରଫେରନ ବ୍ୟବହାର
୪/
କେଉଁଠୁ ଆସେ?

-ଓଦା ଯାଗାରେ ଥାଇପାରେ
-ପଚା ପାଉଁରୁଟି, ପଚାଫଳ, ପଚା ପନିପରିବା
-ଖାଦ୍ୟ ଖରାପ ହୋଇଥିଲେ, ଯେଉଁ କଳାକବକ ଛତିଆ ଦେଖାଜାଏ, ତାହା ମ୍ୟୁକରମାଇସେଟ୍ସ ହୋଇଥାଇପାରେ
୫/
ସଂକ୍ରମଣ କରେ କେମିତି?

-ନାକରେ ନିଶ୍ବାସପ୍ରଶ୍ବାସରେ
-କଟା ଘାରେ
-ଚମ ଆଞ୍ଚୁଡାରେ

ନାକର ଭିତର ଚମ(ମ୍ୟୁକୋସା), ଫୁସଫୁସ ଏମାନଙ୍କ କଲୋନି। ପରେ ଆଖି ମୁଣ୍ଡ ଆଡେ ତୀବ୍ରଗତିରେ ମାଡନ୍ତି
୬/
କୋଭିଡ଼ ରୋଗୀ ଘରେ ଚିକିତ୍ସିତଥିଲେ ଏହା ହେଇପାରେ?

ସମ୍ଭାବନା ଏଡାଇ ହେବନି। ହାଇଡୋଜ୍ ଷ୍ଟିରଏଡ ଓ ଅଣାୟତ୍ତ ଡାଇବେଟିସ ତଥା ଅନ୍ୟ ଉପରବର୍ଣ୍ଣିତ କାରଣ ହୋଇପାରେ।
୭/
ଲକ୍ଷଣ କେମିତି ଜାଣିବା?

ଭଲହେଇ ଘରକୁଫେରିଲାପରେ ମୁହଁ ଆଖି ଫୁଲିବା, ନାକରେ କଳାବକଳ ଓ ଧୂସରକଳା ପାଣିବୁହା, ଆଖିକୁ ଦେଖାନଯାଇପାରେ କି ଦିଦିଟା ଦେଖାଯାଇପାରେ, ସାଇନସ୍ ହେଡେକ୍(ମୁଣ୍ଡବିନ୍ଧା), ନାକବନ୍ଦ ରହିବା, ସିଂଘାଣିରେ ରକ୍ତ, ଆଖି ପଦାକୁ ବାହାରିବାପରି ଲାଗିବା, ଦାନ୍ତ ଯନ୍ତ୍ରଣା ଓ ହଲିବା, ପାଟିମଥାନ କଳାଦିଶିବା ଇତ୍ୟାଦି
୮/
ପ୍ରତିଷେଧକ କଣ? କେମିତି ରୋକିବା?

-ରୋଗୀ ଓ ଶଯ୍ୟାକୁ ସଫାସୁତୁରା ରଖିବା
-ପଚାଖାଦ୍ୟ ତୁରନ୍ତ ଫିଙ୍ଗିବା
-ଅମ୍ଳଜାନ ନେଉଥିଲେ, ସଫା ପାଣି ବ୍ୟବହାର
-ଷ୍ଟିରଏଡର ଜୁଡିସିଅସ ବ୍ୟବହାର
-ଡାଇବେଟିସର ଷ୍ଟ୍ରିକ୍ଟ କଣ୍ଟ୍ରୋଲ
-ଇମ୍ୟୁନୋମଡୁଲେଟର ଜୁଡିସିଅସ ବ୍ୟବହାର
-ଓଦା ପଚା ମାସ୍କ ବ୍ୟବହାର ବନ୍ଦ କରିବା ଓ ମାସ୍କ ସ୍ବଚ୍ଛତା ମାନିବା
୯/
ହାଇଡୋଜ୍ ଷ୍ଟିରଏଡର ଅଧିକଦିନ ବ୍ୟବହାର କଣ ସବୁକୋଭିଡ଼ରେ ଖରାପ?

-ବହିର୍ବିଭାଗ ସେବାରେ, ରୋଗୀ ଆଡମିସନ ହୋଇନଥିଲେ, କୋଭିଡରେ ଅଧିକ ଷ୍ଟିରଏଡ ବ୍ୟବହାର ଖରାପ
-ସୁଗାର ବଢିପାରେ, ସୁଗାର ନୂଆକରି ବାହାରିବିପାରେ
-ରୋଗପ୍ରତିରୋଧକ ଶକ୍ତି କମିପାରେ
-ସୁବିଧାବାଦୀ କବକକୁ ଡାକିପାରେ
-ରେଜଲ୍ଟ ନବଢେଇ ରୋଗୀକୁ ବିଚଳିତ କରିପାରେ
୧୦/
ଚିକିତ୍ସା ଅଛି? ଏ କବକ କଣ ସତରେ ମାରାତ୍ମକ? କାହିଁକି ହୋହଲ୍ଲା?

-ଯେତେ ଜଲଦି ରୋଗ ଚିହ୍ନିହେବ, ଭଲ
-ଜବର ସନ୍ଦେହ, ଶୀଘ୍ର ନିଦାନ, ଜଲଦି ଚିକିତ୍ସା, ଗୁଡାଏ ଦିନର ଆଣ୍ଟିଫଙ୍ଗାଲ, ଅପରେସନ ଜରୁରୀ
-ମାଢି-ଆଖି ଆଦିକୁ କାଢିବାକୁ ପଡିପାରେ, ରୋଗକୁ ଅଟକାଇବାକୁ। ମୁଣ୍ଡକୁ ଉଠିଲେ, ମୃତ୍ୟୁ ପ୍ରାୟ। ୫୦% ମୃତ୍ୟୁହାର।
-ଔଷଧ ଅଭାବ ଆଶଙ୍କା
୧୧/
ପରୀକ୍ଷା କଣ ଦରକାର ପଡିପାରେ?

-ENT ଓ Neurosurgery ଡାକ୍ତରଙ୍କ ପରାମର୍ଶ ଲୋଡା
-ନାଜାଲ ସ୍ବାବ ଏବଂ ଏଣ୍ଡୋସ୍କୋପି
-CT & MRI
୧୨/
ଚିକିତ୍ସା?

-ଲାଇପୋଜୋମାଲ୍ ଆମ୍ଫୋଟେରିସିନ ବି ଇଞ୍ଜେକ୍ସନ ଦେଢ଼ମାସ
-ପୋସାକୋନାଜୋଲ ଦେଢ଼ମାସ
-ଶୀଘ୍ର ଅପରେସନ(ଡିବ୍ରାଇଡମେଣ୍ଟ)
-ଡାଇବେଟିସ ଥିଲେ, ଷ୍ଟ୍ରିକ୍ଟ କଣ୍ଟ୍ରୋଲ
୧୩/
-ଭୟର କାରଣ ନାହିଁ
-ବହୁ ବିରଳ ରୋଗ
-ଲକ୍ଷଣ ଶକ୍ତ, ତେଣୁ ଧ୍ୟାନଦେବା ଜରୁରୀ
-ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଦେଖାଯିବାର ଆଶଙ୍କା, ତେଣୁ ସେମାନଙ୍କୁ ଅଧିକ ସତର୍କତା ଜରୁରୀ
-"ମୁଁ ସବୁ ଖାଏ, ମୋର ଡାଇବେଟିସ ନାହିଁ କି ହେବନି" ଏତିକି ନଭାବିଲେ ହେଲା
@threader_app compile
You can follow @drgynaec.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: