#ବେଡ୍_ନାହିଁ
#ଅମ୍ଳଜାନ_ଆବଶ୍ୟକ

ଆଜିର ଥ୍ରେଡ୍ ଏଇ ଦୁଇଟି ବିଷୟରେ ଆଧାରିତ।
କେତୋଟି ପ୍ରଶ୍ନ ଆଗେ ନିଜକୁ ପଚାରିବା,

୧-କରୋନାକାଳ ପୂର୍ବରୁ ଆମପାଖରେ ଅନ୍ୟାନ୍ଯ ରୋଗ ପାଇଁ ପର୍ଯ୍ୟାପ୍ତ ବେଡ୍ ଥିଲା କି?
୨-ରୋଗୀକୁ ଅତ୍ୟାଧୁନିକ ଡାକ୍ତରଖାନାରେ ବେଡ୍ ମିଳିଗଲେ କରୋନାରୁ ବଞ୍ଚିବାର ସମ୍ଭାବନା ଅଧିକ କି?
୩-ଏବେ ପ୍ରାୟତଃ ରୋଗୀ, ଠିକ ସମୟରେ ବେଡ୍ ବା ଅମ୍ଳଜାନ ନମିଳିବା ଯୋଗୁଁ ମୃତ୍ୟୁବରଣ କରୁଛନ୍ତି କି?

ଉତ୍ତର: ନାଁ
ପ୍ରଥମେ ଜାଣିବା, ଗୋଟେ ଡାକ୍ତରଖାନାରେ କେତେ ବେଡ୍ ହେବା ଆବଶ୍ୟକ?

ଆଜ୍ଞା, ଏଇଟା ଭୁଲ ପ୍ରଶ୍ନ

ସଠିକ୍ ପ୍ରଶ୍ନ ହେଉଛି, ଆପଣଙ୍କ ଦେଶ/ରାଜ୍ୟ/ସହରରେ ଜନସଂଖ୍ୟାର କେତେ ପ୍ରତିଶତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତିହେବାଯୋଗ୍ୟ ରୋଗୀ ଆସିବାର ସମ୍ଭାବନା ଅଛି ଆଉ ଆପଣଙ୍କ ପାଖରେ ଅଛି କେତେ?
୨୦୧୭ର ପରିସଂଖ୍ୟାନ ଅନୁସାରେ, ଭାରତରେ ପ୍ରତି ଦଶହଜାର ଜନସଂଖ୍ୟାରେ ବେଡ୍ ସଂଖ୍ୟା '୫.୩'

କିଛି ଅନ୍ୟ ଦେଶ ବିଷୟରେ ବି ଜାଣିନିଅନ୍ତୁ,
ନେପାଳ=୩
ଆଫଗାନିସ୍ତାନ=୩.୯
ସିଏରାଲିଓନ=୪
ବାଂଲାଦେଶ=୭.୯
ସୋମାଲିଆ=୮.୭
ଭୁଟାନ= ୧୭.୪
ବ୍ରିଟେନ=୨୪.୬
ସିଙ୍ଗାପୁର=୨୫
ଆମେରିକା=୨୮.୭
ଶ୍ରୀଲଙ୍କା=୪୧.୫
ଚାଇନା=୪୩.୧
ଆର୍ଜେଣ୍ଟିନା=୫୦
କୋରିଆ=୧୪୩
ଅର୍ଥାତ୍, ଭାରତୀୟ ଡାକ୍ତରଖାନାର ଭିତ୍ତିଭୂମି, ସିଏରାଲିଓନ ରୁ ଟିକେ ଭଲ ଏବଂ ବାଂଲାଦେଶଠାରୁ ଟିକେ ଖରାପ। ଶୁଣିବାକୁ ଖରାପ ଲାଗିଲେ ବି, ଏହାହିଁ ସତ୍ୟ ।

ଆଉଗୋଟେ ସତକଥା ହେଉଛି, ୨୦୦୦ ରେ ଭାରତର ବେଡ୍ ଘନତା ୬.୫ ଥିଲାବେଳେ, ୨୦୧୭ ସୁଦ୍ଧା ଯେଉଁ ହାରରେ ଜନସଂଖ୍ୟା ବଢିଲା, ସେଇ ହାରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢିଲାନି
ଭାରତରେ ଭିନ୍ନ ସଂକ୍ରାମକ ତଥା ଅଣସଂକ୍ରାମକ ରୋଗର ହାରକୁ ଯଦି ଗଣନାକୁ ନେବା, ତେବେ ଅଣକରୋନା କାଳରେ ସମସ୍ତଙ୍କୁ 'ବେଡ୍' ଦେବାକୁ ଭାରତରେ ପ୍ରତି ଦଶହଜାର ଜନସଂଖ୍ୟାରେ ପ୍ରାୟ ୧୭ ରୁ ୨୦ ବେଡ୍ ଆବଶ୍ୟକ

ତା'ମାନେ,
ଡାକ୍ତରଖାନାରେ ବେଡ୍ କାଲି ବି କମ୍ ଥିଲା, ଆଜି ବି କମ୍ ଅଛି, ଆଉ କିଛି ଆଖିଦୃଶିଆ କାମ ନକଲେ, ଆସନ୍ତା କାଲି ବି କମ୍ ରହିବ।
କରୋନାକାଳରେ, ଭାରତର ସଙ୍କ୍ରମଣ ହାର ଅନୁସାରେ, ବେଡ୍ ଆବଶ୍ୟକତା ଆଉ ୩ ରୁ ୬ ବଢିଯାଇଛି, ମାନେ ପ୍ରତି ଦଶହଜାରରେ ୨୦ ରୁ ୨୬ ବେଡ୍ ର ଆବଶ୍ୟକତା ଅଛି।

ଭାବିଦେଖନ୍ତୁ, ଗତ କୋଡିଏ ବର୍ଷରେ ଯଦି ଆମେ ବଢେଇପାରିଲେନି, ବର୍ଷକରେ ଚାରିଗୁଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ।
ଏଥିପାଇଁ ଯଦି କାହାକୁ ଦୋଷ ଦେବେ, ତେବେ ନିଜକୁ ଦିଅନ୍ତୁ, କାରଣ ଅସହାୟତାବେଳେ 'ସରକାର'ଙ୍କୁଦୋଷ ଦେବା ଛଡା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗଠନମୂଳକ ପଦକ୍ଷେପ ନେବାକୁ 'କହିବାକୁ' ବି ସାଧାରଣ ତଥା ଅସାଧାରଣ ଜନତାଙ୍କ ନିକଟରେ ସମୟ ନଥିଲା ବା ଆଗକୁ ବି ରହିବନି
ଦ୍ୱିତୀୟ ପ୍ରଶ୍ନକୁ ଆସିବା, #ଅମ୍ଳଜାନ

ଅଣକରୋନାକାଳରେ ଏହା ଆକଳନ କରାଯାଇପାରେ ଯେ, ଭାରତୀୟ ଡାକ୍ତରଖାନାରେ ଯେତିକି ବେଡ୍ ରହିବା କଥା, ତା'ର ୧୦ ପ୍ରତିଶତ ବେଡ୍ କୁ ଅମ୍ଳଜାନ ଆବଶ୍ୟକ, ମାନେ, ଯଦି ଦଶହଜାରରେ ୨୦ ବେଡ୍ ଦରକାର, ତେବେ ଅଣକରୋନାକାଳରେ ପ୍ରାୟ ୨ ଜଣଙ୍କୁ ଅମ୍ଳଜାନ ଦରକାର ପଡେ। କରୋନାକାଳରେ ଏଇଟା ପ୍ରାୟ ଦୁଇଗୁଣ ହେଇଯାଇଛି
ମାନେ, ଦଶହଜାର ଜନସଂଖ୍ୟାରେ ପ୍ରାୟ ୪ ରୁ ୫ ଜଣଙ୍କୁ ଅମ୍ଳଜାନର ଆବଶ୍ୟକତା ପଡୁଛି। ଆଉଥରେ ମନେପକାନ୍ତୁ, ଆମ ପାଖରେ ସର୍ବମୋଟ ବେଡ୍ ହିଁ ୫ ଟି ଅଛି, ସେଥିରେ ଯେତିକି ଭର୍ତ୍ତି ହେବେ, ସମସ୍ତଙ୍କୁ ଅମ୍ଳଜାନ ଦରକାର, 'ଶତ ପ୍ରତିଶତ'😢

ତା'ମାନେ, ଆମ ଡାକ୍ତରଖାନାରେ ଖାଲି ଅମ୍ଳଜାନ ଆବଶ୍ୟକ କରୁଥିବା ରୋଗୀ ଭର୍ତ୍ତି କରି ତାଙ୍କ ଜୀବନ...
...ବଞ୍ଚାଇବାକୁ ଯଦି ଚେଷ୍ଟା କରିବି, ଅନ୍ୟ ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗରେ ଆକ୍ରାନ୍ତ ହେଇ ରୋଗୀ ବେଡ୍-ଚିକିତ୍ସା ନପାଇ ମରିବା ଆରମ୍ଭ କରିବେ, ଯେଉଁଟା ଆପଣଙ୍କୁ କୌଣସି ରାଜନୈତିକ ଦଳ ବା ସମ୍ବାଦ ସଂସ୍ଥା ଜଣେଇବେନି!

ଅମ୍ଳଜାନ କଥା ଯଦି ଦେଖିବା, ଆକଳନ ଅନୁସାରେ, ପ୍ରତି ଦଶହଜାର ଜନସଂଖ୍ୟାରେ ୧୦ ଲୋକଙ୍କୁ ଅମ୍ଳଜାନ ଯୋଗେଇବାର...
...କ୍ଷମତା ଅଛି, ଅର୍ଥାତ୍ ଆବଶ୍ୟକତାର ଦୁଇଗୁଣ; ତେବେ ଅସୁବିଧା କେଉଁଠି ରହିଲା?

ଅସୁବିଧା ହେଉଛି ଏଇଠି👇

"Inappropriate Distribution"

"Inappropriate Demand"

"Inappropriate Supply"

ଯେଉଁ ଡାକ୍ତରଖାନା ୧୦ ବେଡ୍ କୁ ଅମ୍ଳଜାନ ପାଇଁ ତୟାର ଅଛି, ସେଠିକି ଆଖପାଖଦୂର ସବୁଆଡୁ ରୋଗୀ ପଳେଇଆସୁଛନ୍ତି, ଆଉ...
...ଗୋଟିଏ ଡାକ୍ତରଖାନା ୧୦ ପାଇଁ ରେଡି ଅଛି, କିନ୍ତୁ ସେଠିକି କେହି ଯାଉନାହାନ୍ତି ।

ଏଥିପାଇଁ ସମସ୍ତେ ଦୋଷୀ, କିନ୍ତୁ ସଚେତନତା ବୃଦ୍ଧି ପାଇଁ କେହି ବି ଆଗଭର ହେଉନାହାନ୍ତି
ଓଡିଶାର ସବୁଠୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା କଟକ ଭୁବନେଶ୍ଵରରେ, କିନ୍ତୁ କରୋନା ପାଇଁ ଉତ୍କୃଷ୍ଟ ସେବା ନୁହେଁ, ତତ୍କାଳ ସେବା ଆବଶ୍ୟକ, ଯେଉଁଟାକି ରୋଗୀର ଘରପାଖରେ ମିଳିବା ଆବଶ୍ୟକ।

କିନ୍ତୁ, ଆପଣମାନେ ବି ମୋ ସହିତ ଏକମତ ହେବେ ଯେ, ଘରପାଖ ମେଡିକାଲରେ 'ଭଲ ଚିକିତ୍ସା' ମିଳିବ 'ବିଶ୍ବାସ' ଆମପାଖରେ ନାହିଁ।🤷‍♂️
ମୋଟାମୋଟି କହିବାକୁ ଗଲେ, ଭାରତରେ ଆବଶ୍ୟକତା ଅନୁସାରେ ବେଡ୍ ଆଉ ଅମ୍ଳଜାନ ଦି'ଟାଯାକ ଅଛି, କିନ୍ତୁ ଭୌଗଳିକ ଅବସ୍ଥିତି ଓ ଆବଶ୍ୟକତାର ଅନୁପାତ ହିଁ ଠିକ୍ ନାହିଁ।

ଆମେ ଯେତେ ଧାଁ ଦଉଡ କଲେ ବି, ବିଗତ ଷାଠିଏ ବର୍ଷର ଅପାରଗତା ଏବଂ ଦୂରଦୃଷ୍ଟିତାର ଅଭାବର ମୂଲ୍ୟ ଆମକୁ ହିଁ ଦେବାକୁ ପଡିବ।
ଯେତେ କଟକ-ଭୁବନେଶ୍ବର ଦଉଡିବା, ଏଇ ସମସ୍ୟା ଆହୁରି ହୁହୁ ହେଇକି ବଢିଚାଲିବ।

ବୁର୍ଲା, ବରମ୍ପୁର ରୁ କଟକ ପଠାଚାଲିଥିବ ଆଉ ଏଠି ତଳେ ପଡିବା ପାଇଁ ବି ଯାଗା ନଥିବ, ଅମ୍ଳଜାନ କଥା ଛାଡନ୍ତୁ!
ଉପାୟ ତେବେ କ'ଣ?
ଉତ୍ତର:କିଛି ନାହିଁ
ସମସ୍ତଙ୍କୁ କଟକ-ଭୁବନେଶ୍ଵରରେ ସେବା ଦେବାକୁ ପର୍ଯ୍ୟାପ୍ତ ସୁବିଧା ନାହିଁ ଆଉ, ରୋଗୀ କଟକ-ଭୁବନେଶ୍ବର ଆସିବା ବନ୍ଦ ବି କରିବେନି।
ସରକାର ବି ଚାହିଁବେ ସବୁ ଚକାଚକ ମେଡିକାଲ ଏଇଠି ଖୋଲୁ, ଆଉ ଆମେ ବି ଚାହିଁବୁ ଜଙ୍ଗଲ ଭିତର ମେଡିକାଲ କଲେଜରେ ପାଠ ପଢିଲେ ବି ଚାକିରି ଆମେ କଟକ-ଭୁବନେଶ୍ଵରରେ କରିବୁ
🙏🏻🙏🏻
ବୁଝିଥିଲେ ଧନ୍ୟବାଦ
ନବୁଝିଲେ ଆହୁରି ଧନ୍ୟବାଦ

🙆‍♂️🤦‍♂️
You can follow @drdeepak81.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: