#Thread #ଭୂତ #mythandfact
୧/
ରଟ୍ ପରି ଫୁଟେଇଦେଲା କିଏ, ଗୋଡ ଆଙ୍ଗୁଳିକୁ, ଅଧରାତିରେ। କୋଠରୀର ଅନ୍ୟସହପାଠୀ ଘରକୁ ଯାଇଛନ୍ତି। ଲାଇଟଦେଇ ଦେଖିଲି, ଖାଲିରକ୍ତ, କେହିନାହାନ୍ତି। ପୁଣି କିଛି ସମୟପରେ ପୁଣିଥରେ କାମୁଡିଲା। ରକ୍ତରେ ବେଡସିଟ ଓ ଭୟରେ ମୁଁ ଓଦା।ସକାଳ ହେଲା। ଅନୁସନ୍ଧାନରୁ ଦେଖିଲି, ଝରକାକୁ ଲାଗିଥିବା ପିଜୁଳି ଗଛରେ ବଣମୂଷା।
୨/
ରିମାର ଡାଆଣିଆ ରାଶି। ସନ୍ଧ୍ୟାରେ ଏକଗଲେ ଚମକିବ ଆଉ ଦାନ୍ତ କାମୁଡି ମୂର୍ଚ୍ଛାହେବା ସାର। ତାପରେ ଗୁଣିଆ ଆଉ ଡାକ୍ତର।

କିଛିଦିନ ଉତ୍ତାରୁ ହଠାତ୍ ଖରାବେଳେ ଗୋଟେ ପିଲାକୁ ଧରି ହାଜର।

ସେଇ ପୁରୁଣା ପାଠର ଆଲୋଚନା। ନିଃସର୍ତ୍ତ ସ୍ବୀକାରୋକ୍ତି।
୩/
ମୁକୁତାକୁ କେହି ବୀର ପେଶିଚି। ରକ୍ତ ଶୋଷିଲାଣି, ପାଦ ମୁହଁ ପେଟ ଫୁଲିଲାଣି, ଖିଆପିଆ ଛଡେଇଦେଲାଣି। ବଛାବଛା ଗୁଣିଆବି ପାରୁନାହାନ୍ତି।

ବାତମାରିବାରୁ ହାସପାତାଳ ନେଇଗଲେ, ସେଇଠି ଚାଲିଗଲା। ପରେ ଶୁଣାଗଲା, ମଲାପିଲାଟିଏ ଜନ୍ମଦେଇଥିଲା ସେ।
୪/
ଖରାବେଳେ ଆମ୍ବତୋଟାକୁ ଯିବା ମନା। ଖବିସ ବେକ ମୋଡୁଚି। ଇଆଡେ ଆମ୍ବଲୋଭ। ଦିନେ ସାହସକରି ବାଉଁଶମୂଳ ଘୁଡୁରୀଗଛ ମୂଳେ ପହଞ୍ଚିଗଲି।

ହଠାତ୍ ଖଡଖଡ ଆଉ ସଁସଁ ଶବ୍ଦ ଶୁଣି ଜୀବଯିବାଉପରେ। ଆଖି ପଡିଗଲାତ ଆଉ। ଗୋଟେ ମଦୁଆ ଆଉ କାହାସହ ଅସଂଯତ ଅବସ୍ଥାରେ।
୫/
ହୋରୀକୁ ବାହାରିଲୁ ରାତ୍ର ଦିପହରରେ। ଗହିରପାଟରେ ଭୂତ ବୁଲେଇଲା। ବିକଟାଳ ଶବ୍ଦ, ଗନ୍ଧ, ଭଳିକିଭଳି ରୂପବଦଳୋଉଥିବା ଜୀବଜନ୍ତୁ ଦେଖି ବରଗଛମୂଳେ ଚିତପଟାଙ୍ଗ।
ଭୋରୁ ପ୍ରାଣ ପଶିଲା ବୋଧେ। ଦେଖିଲୁ, ମଲାଛେଳିଟେ ଦୂରରେ ପଡିଛି, ଆଉ ତାକୁ ଖାଇବାରେ ବ୍ୟସ୍ତ ଶାଗୁଣାବିଲୁଆ।
୬/
ମେଡ଼ିକାଲ ବଡ଼କୋଠାର ଗୋଟେ କଣସିଡି। ଉପରେ କୁଆଡେ ଜିଅନ୍ତା ଭୂତଗୁଡା। ମରିବାର ଯାହାରଥିବ ସିଏ ସିଆଡେ ଯିବ ଜାଣ।
ସାହସ କରିଥରେ ରାତିରେ ଚଢିଲୁ ସିଡି। ପାହାଚ ଦେଖିଲା ବେଳକୁ ପୁଳାପୁଳା ଆଭିଲ-ଫର୍ଟ୍ବିନ-ଫିନରଗାନ କାଚ। ମଦବୋତଲ।ନିରୋଧ। ଉପରୁ ବିବିଧ ଶବ୍ଦବି ଭାସିଆସୁଥିଲା।
୭/
ପାଚେରୀକୁ ଲାଗି ଶ୍ମଶାନ। ବାସୁଳିଚିରିଗୁଣୀଙ୍କର ପ୍ରାୟରାତିରେ ଛାତଉପରେ ନାଟଶବ୍ଦ। ସେଇଥିରେ ଚଳିଯାଏ ଡରୁଆ ଜୀବନ। ଦିନେ ରାତିରେ ଆଉ ରହିହେଲାନି, ଝଗଡାଝାଣ୍ଟିପରି ଶବ୍ଦ, ଚିତ୍କାର, ଭୟଙ୍କର ଦୁଲଦାଲ ଭୁସଭାସ, ସାରାରାତି ଅନିଦ୍ରା।

ସକାଳୁ ଦେଖିଲାବେଳକୁ, ବିଦ୍ୟୁତ ତାରରେ ମାଙ୍କଡ଼ଟିଏ ସହିଦ
୮/
ବୁଢୀଦେହରେ ସାଇବାବା ଆସିଛନ୍ତି ୩ଦିନ ହେଲାଣି। ଗୁଣିଆ ଗୋସେଇଁ ନାହାକ ସମସ୍ତେ ନୟାନ୍ତ। ବିଧବାବୁଢୀକୁ ମେଡିକାଲ ଆଣିଲେ। ମତେବି ସେକି ଦେଇଥାନ୍ତା ସେଦିନବୋଧେ, ମୁଁ ଡରିକି ରହିଲି।

ପରେ ଖବର ମିଳିଲା, ତା ପୁଅ କହୁଛି ଗୋଟେ ଝିଅକୁ ବାହାହବ। ସାଇଲୋକେ ଅରାଜି। ସେଥିପାଇଁ ନାଟ।
୯/
ଯଖଭୂତ, ମାରିଦବନି, ତା ରାସ୍ତାଦେଇଗଲେ ମନ୍ତ୍ରରେ ମୂର୍ଚ୍ଛା କରିବ, ଲୁଟିବ। ସୁନାରୂପାରେ ପୋତା ତାଦେହ।

ଗୁଣିଆଠୁ ତାବିଜ ଓ ଅସ୍ତ୍ର ନେଇ ବାହାରିଲେ ଯୁବକଦଳେ। ଜଣଙ୍କୁ ଆଗକୁପଠେଇ ଅନ୍ୟମାନେ ଛକିଲେ ଟିକେ ଦୂରରେ। ଯଖବାହାରିଲା, ମନ୍ତ୍ରରେ ମୂର୍ଚ୍ଛାବିକଲା। ପିଳେହିପାଣି ସଭିଙ୍କର। ଜଣେ ମାଡିଚାଲ କହିଲାରୁ ଦୌଡିଯାଇ ଧରିଲେ ଯଖକୁ।
You can follow @drgynaec.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: