#WorldMentalHealthDay https://abs.twimg.com/hashflags... draggable="false" alt="">
#MentalHealthAwareness
ଆମେ ଯେତେବେଳେ ମାନସିକ ସ୍ଵାସ୍ଥ୍ୟ କଥା କହୁ ଆମ ଭିତରେ ଖୁସି, ଦୁଃଖ, ଉତ୍ତେଜନା ବା ଅବସାଦ ଭଳି ଭାବନା ଆସେ। ପ୍ରତିଦିନ ଆମେ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇଥାଉ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଏସବୁର ସମ୍ମୁଖୀନ ହେବାକୁ ସାହାସ ଦିଏ। ଚାଲନ୍ତୁ ଏବିଷୟରେ କିଛି କଥା ହେବା।
Thread
  #WorldMentalHealthDay  https://abs.twimg.com/hashflags... draggable= #MentalHealthAwarenessଆମେ ଯେତେବେଳେ ମାନସିକ ସ୍ଵାସ୍ଥ୍ୟ କଥା କହୁ ଆମ ଭିତରେ ଖୁସି, ଦୁଃଖ, ଉତ୍ତେଜନା ବା ଅବସାଦ ଭଳି ଭାବନା ଆସେ। ପ୍ରତିଦିନ ଆମେ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇଥାଉ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଏସବୁର ସମ୍ମୁଖୀନ ହେବାକୁ ସାହାସ ଦିଏ। ଚାଲନ୍ତୁ ଏବିଷୟରେ କିଛି କଥା ହେବା।Thread" title=" #WorldMentalHealthDay https://abs.twimg.com/hashflags... draggable="false" alt=""> #MentalHealthAwarenessଆମେ ଯେତେବେଳେ ମାନସିକ ସ୍ଵାସ୍ଥ୍ୟ କଥା କହୁ ଆମ ଭିତରେ ଖୁସି, ଦୁଃଖ, ଉତ୍ତେଜନା ବା ଅବସାଦ ଭଳି ଭାବନା ଆସେ। ପ୍ରତିଦିନ ଆମେ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୋଇଥାଉ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଏସବୁର ସମ୍ମୁଖୀନ ହେବାକୁ ସାହାସ ଦିଏ। ଚାଲନ୍ତୁ ଏବିଷୟରେ କିଛି କଥା ହେବା।Thread" class="img-responsive" style="max-width:100%;"/>
ଶାରୀରିକ ସୁସ୍ଥତା କହିଲେ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ସୁଚାଳନାକୁ ବୁଝାଯାଇଥାଏ । ଠିକ ସେମିତି ମାନସିକ ସୁସ୍ଥତା ହେଉଛି ନିଜ ମନ ମଧ୍ୟରୁ ଦୁଖ, ଅବସାଦ, ଚିନ୍ତା ଇତ୍ୟାଦିକୁ ଦୂର କରି ନିଜ ମନରେ ଉତ୍ସ।ହ , ଉତଫୁଲ୍ଲତା ଇତ୍ୟାଦି ସୃଷ୍ଟିକରି ପ୍ରତ୍ୟେକ ପରିସ୍ଥିତି ସହ ଖାପ ଖୁଆଇ ଚାଲିବା ଓ ସନ୍ତୁଳିତ ବ୍ୟବହାର କରିବା ।
ସୁସ୍ଥ ଜୀବନ ଯାପନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଏକ ଚାପମୁକ୍ତ ଓ ସୁସ୍ଥ ମସ୍ତିସ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାଂପ୍ରତିକ ସମୟର ଜୀବନଶୈଳୀ, ନୈତିକତା ଏବଂ ମୂଲ୍ୟବୋଧରେ ପରିବର୍ତ୍ତନ ଆମ ସ୍ୱାସ୍ଥ୍ୟ ଉପରେ ଚାପ ପକାଇ ମାନସିକ ଚାପ ସ୍ତର ବୃଦ୍ଧି କରାଉଛି।
ବର୍ତ୍ତମାନର ମହାମାରୀ କୋଭିଡ ପ୍ରଭାବ ଏବଂ ତାଲା ବନ୍ଦ ଯୋଗୁଁ ଆମର ଜୀବନଶୈଳୀ ବହୁତ୍ ପ୍ରଭାବିତ ହୋଇଛି। ତେଣୁ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। କୋଭିଡ ଯୋଗୁଁ ସ୍କୁଲ ସବୁ ତାଲା ବନ୍ଦ ହୋଇଛି। ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀମାନେ ଘରେ ରହିଛନ୍ତି। ସେମାନେ ମଧ୍ୟ ଭୀଷଣ ଚାପର ଶିକାର ହୋଇଛନ୍ତି।
ଯଦି ଜଣଙ୍କ ଠାରେ ମାନସିକ ରୋଗ ଦେଖାଦିଏ , ତେବେ ଚିକିତ୍ସା ପାଇଁ ଆମେ ଚିକିତ୍ସକଙ୍କ ପରାମର୍ଶ ଆବଶ୍ୟକ କରୁ | ଯଦି ସମସ୍ତେ ଏହି ବିଷୟରେ ଅଵଗତ ଓ ସଚେତନ ହୋଇ ଏପରି ଏକ ପରିବେଶ ସୃଷ୍ଟି କରିବା ତାହେଲେ ଛାତ୍ରଛାତ୍ରୀ ଏବଂ ସମସ୍ତ ବ୍ୟକ୍ତବିଶେଷ ଉପକୃତ ହେବେ |
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ମାନସିକ ସ୍ୱାସ୍ଥ୍ୟ ହେଉଛି ଏକ ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତି -
(କ) ନିଜର ଦକ୍ଷତାକୁ ହୃଦୟଙ୍ଗମ କରେ,
(ଖ) ଜୀବନରେ ସାଧାରଣ ଚାପ ସହିତ ଖାପ ଖୁଆଇ ଚାଲିପାରେ
(ଗ)ଜୀବନରେ ଫଳପ୍ରଦ ଭାବରେ କାର୍ଯ୍ୟ କରିପାରେ ଏବଂ
(ଘ) ଗୋଷ୍ଠୀ ଓ ସମୁଦାୟ ପ୍ରତି କିଛି କରିବାକୁ ସମର୍ଥ ହୋଇଥାଏ
ସମାଜରେ ଯେତେବେଳେ ଲୋକମାନେ ସେମାନଙ୍କର ଭାବନା ଏବଂ ଚିନ୍ତାଧାରା ବିଷୟରେ ଖୋଲାଖୋଲି କଥାବାର୍ତ୍ତା କରନ୍ତି, ସେତେବେଳେ ଆମେ ଏହାକୁ ସକାରାତ୍ମକ ଭାବରେ ଗ୍ରହଣ କରୁନାହୁଁ I ଏହାଦ୍ୱାରା ଆମମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ନିଜର ଭାବନା ଏବଂ ଆବେଗକୁ ଖୋଲାଖୋଲି ଭାବରେ ପ୍ରକାଶ କରିବାପାଇଁ ସଂକୋଚ କରନ୍ତି |
ଅକ୍ଟୋବର 2019 ରେ WHO ଦ୍ୱାରା ଏକ ରିପୋର୍ଟରୁ ଏହା ଜଣାପଡିଛିଯେ ଆମ ଦେଶବାସୀ ବିଭିନ୍ନ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଅଛନ୍ତି I ତନ୍ମଧ୍ୟରୁ

(କ) 7.5% ବ୍ୟକ୍ତି ମାନସିକ ବିକୃତିରେ ପୀଡିତ

(ଖ) ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟାଧି ମଧ୍ୟରୁ ଏକ ଷଷ୍ଠାଂଶ ମାନସିକ ରୋଗୀ
ମାନସିକ ଚାପ ହେଉଛି ଶରୀର ଉପରେ ଦିଆଯାଇଥିବା ବିଭିନ୍ନ ଚାପ ପାଇଁ ଏକ ଶାରୀରିକ ଏବଂ ମାନସିକ ପ୍ରତିକ୍ରିୟା | ବାହ୍ୟ ଘଟଣାଗୁଡ଼ିକ ଉପରେ ଆମର ପ୍ରତିକ୍ରିୟାର ଫଳାଫଳ ହେଉଛି ମାନସିକ ଚାପ | ସମସ୍ତ ପ୍ରକାରର ଚାପ ଖରାପ ନୁହେଁ | ଆମ ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ଥିଲେ ଆମେ ଯେକୌଣସି କାର୍ଯ୍ୟକୁ ଖୁବ ଭଲଭାବରେ ପ୍ରଦର୍ଶନ କରିଥାଉ |
ଦୈନନ୍ଦିନ ଜୀବନର ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ଓ ଠିକ ସମୟରେ ସମାପ୍ତ କରିବାକୁ ଆମକୁ କିଛି କାରକ ଦରକାର |

‘ଜଳ ବିହୁନେ ସୃଷ୍ଟି ନାଶ , ଜଳ ବହୁଳେ ସୃଷ୍ଟି ନାଶ’ ଠିକ ସେହିପରି ମାନସିକ ଚାପ ର ମାତ୍ରା ଅତି କମ କିମ୍ବା ଅତି ଅଧିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ I
ଆମର ଛାତ୍ରଛାତ୍ରୀମାନେ ସେମାନଙ୍କ ଘରେ, ବିଦ୍ୟାଳୟରେ, ସହପାଠୀଙ୍କ ସହିତ, ସମାଜରେ ଅନେକ ଚାପର ସମ୍ମୁଖୀନ ହୁଅନ୍ତି | ଏହି ଚାପଗୁଡିକ ବିଭିନ୍ନ ପ୍ରକାରର ହୋଇପାରେ - ପରୀକ୍ଷାରେ ଭଲ ନନମ୍ବର ରଖିବା, କେହି ସେମାନଙ୍କୁ ଶାରୀରିକ, ଯୌନଗତ ଶୋଷଣ କରିବା , ପିତାମାତାଙ୍କ ମଧ୍ୟରେ ଝଗଡା ହେବା, ଘରେ ସମ୍ବଳର ଅଭାବ ଇତ୍ୟାଦି
ଶୈଶବାବସ୍ଥା ରେ ଦେଖାଯାଉଥିବା ଚାପର କିଛି ଲକ୍ଷଣ
କିଶୋର ଅବସ୍ଥାରେ ଦେଖାଯାଉଥିବା ଚାପର କିଛି ଲକ୍ଷଣ
ବିଭିନ୍ନ ବୟସରେ ଆମ ଭିତରେ ସାଧାରଣତଃ କେତେ ଗୁଡିଏ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ପରିଲକ୍ଷିତ ହୋଇଥାଏ । ଏହି ଅସୁବିଧା ଗୁଡିକର ନାମ ଓ ମୁଖ୍ୟ କାରକ ବିଷୟରେ ଜାଣିବା ଯାହାକି ବିଭିନ୍ନ ମାନସିକ ପରିସ୍ଥିତିକୁ ଚିହ୍ନଟ କରିବାରେ ଆମକୁ ସାହାଯ୍ୟ କରିବ, ଏବଂ ଆମେ ଆବଶ୍ୟକ ସ୍ଥଳେ ପରାମର୍ଶଦାତାଙ୍କ ସାହାଯ୍ୟ ନେଇପାରିବା।
1. ଉଦାସୀନତା (Depression)
ଉଦାସୀନତାକୁ ଚିହ୍ନଟ କରିବା ଏକ କଷ୍ଟସାଧ୍ୟ ବ୍ୟାପାର କାରଣ ଏହାର ଲକ୍ଷଣ ବିଭିନ୍ନ ବ୍ୟକ୍ତିଙ୍କ ପାଖରେ ଭିନ୍ନ ଭିନ୍ନ ହୋଇଥାଏ I ସମସ୍ତଙ୍କ ଜୀବନରେ କେବେନା କେବେ କୌଣସି କଷ୍ଟ ଆସିଥାଏ, ସେତେବେଳେ ସେମାନେ ଉଦାସୀନ ହୋଇଥାନ୍ତି, ସେହି ସମୟରେ ମନୁଷ୍ୟ ନିଜ ଅଧୀନରେ ରହିନଥାଏ I
ଉଦାସୀନତା ର କିଛି ଲକ୍ଷଣ :
ସବୁବେଳେ ଉଦାସ ରହିବା, କିଛି ଭଲ ଘଟିଲେ ମଧ୍ୟ। କୌଣସି କାମରେ ଆଗ୍ରହ ନଲାଗିବା।
ସବୁ କାମରେ ଗ୍ଲାନି ସୃଷ୍ଟି ହେବା, ନିଜକୁ ଦୋଷୀ ଭାବିବା।
ଶାରିରୀକ ଦୁର୍ବଳତା ଅନୁଭବ କରିବା।
କୌଣସି କାର୍ଯ୍ୟରେ ଏକାଗ୍ରତା ନରହିବା।
ନିଦ ନଆସିବା କିମ୍ବା ଜଲଦି ନିଦ ଭାଙ୍ଗିଯିବା।
ନିଜପ୍ରତି କ୍ଷତି ବା ଆତ୍ମହତ୍ୟାର ବିଚାର।
2.ଚିନ୍ତା / ବ୍ୟସ୍ତତା (Anxiety)
ଚିନ୍ତା ଓ ବ୍ୟସ୍ତତା ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ I ଯୁବକମାନଙ୍କ ନିକଟରେ ଚିନ୍ତା ବଢିଲେ ସେମାନେ ବ୍ୟସ୍ତବିବ୍ରତ ହୋଇପଡ଼ନ୍ତି I ସାମ୍ପ୍ରତିକ ପରିସ୍ଥିତିରେ ଆମେ ଯେତେବେଳେ ଅସୁସ୍ଥତା ଅନୁଭବ କରୁ କିମ୍ବା ଘରୁ ବାହାରକୁ ଯାଇଥାଉ ଆମ ସହିତ ଭୁତାଣୁ ଆସିବେ ଭାବି ଅତିରିକ୍ତ ଚିନ୍ତିତ ହୋଇପଡ଼ୁ |
ଛୋଟ ପିଲା କିମ୍ବା ବିଦ୍ୟାଳୟରେ ଥିବା ଓ ବିଦ୍ୟାଳୟକୁ ଯାଉଥିବା ପିଲାମାନଙ୍କ ଚିନ୍ତା ପୃଥକ ପୃଥକ ହୋଇଥାଏ I ଏତେ ଦିନ ଧରି ବିଦ୍ୟାଳୟ ଯାଇନଥିବାରୁ ମନ ମଧ୍ୟରେ ନିଜର ପଦର୍ଶନ ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିପାରେ I ଅନଲାଇନରେ ପଢିବା ପାଇଁ ନିଜ ପାଖରେ ସାଧନର ଅଭାବ ଥିବାରୁ ବ୍ୟସ୍ତ ହୋଇପାରନ୍ତି।
ଚିନ୍ତା ବା ବ୍ୟସ୍ତତା ବ୍ୟାଧିର (Anxiety) ଲକ୍ଷଣ :
ଶାରୀରିକ -
ହୃଦସ୍ପନ୍ଦନ ବହୁତ୍ ବଢିଯାଏ।
ଅଧିକ ଝାଳ ବାହାରିବା।
ହାତ ବା ଶରୀରରେ କମ୍ପନ ସୃଷ୍ଟି ହେବା।
ହାତ ପାଦ ଥଣ୍ଡା ପଡ଼ିଯିବା।
ପେଟ ଖରାପ ହେବା, ବାରମ୍ୱାର ପରିସ୍ରା ଲାଗିବା।
ମାନସିକ -
ଅତ୍ୟଧିକ ଚିନ୍ତା (ନକାରାତ୍ମକ)
3. ନିଜକୁ ନିଜେ ଆଘାତ କରିବା
କିଛି ଲୋକ ସେମାନଙ୍କ ଯନ୍ତ୍ରଣା ଯେପରିକି କ୍ରୋଧ, ଉଦାସୀନତା, କିମ୍ବା ନିରାଶତା ସମୟରେ ଖୁବ ଭାବପ୍ରବଣତାର ସହ ନିଜକୁ ସଠିକ ପରିଚାଳନା ନକରି, ନିଜସ୍ୱ କ୍ଷତି କରନ୍ତି, ଉଦାହରଣ ସ୍ୱରୂପ ହାତ କାଟିବା କିମ୍ବା ନିଜ ଦେହରେ ନିଆଁ ଲଗାଇବା ଇତ୍ୟାଦି |
ଯଦିଓ ସେମାନେ ନିଜ ଜୀବନ ନେବାକୁ ଇଚ୍ଛା କରନ୍ତି ନାହିଁ, ସେମାନଙ୍କ ପାଇଁ, ଆତ୍ମ-କ୍ଷତି ଏକ ଅସ୍ଥାୟୀ ବିକଳ୍ପ ଭାବରେ କାର୍ଯ୍ୟ କରେ | ପୁଅ ତୁଳନାରେ ଅଧିକ ଝିଅ / ମହିଳା ଏହାର ଆକ୍ରାନ୍ତ ହୋଇଥାନ୍ତି। ହାତ କାଟିବା, କଚାଡ଼ିବା, ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାଇବା , ସେକ୍ସ୍ କରିବା ଇତ୍ୟାଦି କରି ନିଜକୁ କ୍ଷତି ପହଞ୍ଚାଇ ଥାଆନ୍ତି।
ଏହା କରିବା ଦ୍ଵାରା ସେମାନଙ୍କୁ କିଛି ସନ୍ତୁଷ୍ଟି ବା କିଛି ଦିନ ପାଇଁ ଉପଶମ ମିଳେ। ଏହାର ବିଭିନ୍ନ କାରଣ ହୋଇପାରେ ଯେପରି ପିଲାଦିନେ ଘଟିଥିବା କିଛି ଶାରୀରିକ, ମାନସିକ ଅତ୍ୟାଚାର, ଯୌନ ଶୋଷଣ , କଥାକୁ କିଏ ନ ଶୁଣିବା, ନ୍ୟୁନ ବ୍ୟବହାର କରିବା ଇତ୍ୟାଦି। କାଉନସେଲିଂ ଦ୍ଵାରା ଏଥିରୁ ଅାରୋଗ୍ୟ ଲାଭ କରାଯାଇପାରେ।
4. ଆଘାତ ପରବର୍ତ୍ତୀ ମାନସିକ ଚାପ
ଅଧିକାଂଶ ବ୍ୟକ୍ତିଙ୍କ ଜୀବନରେ ସାଙ୍ଘାତିକ ଦୁର୍ଘଟଣା ବା ଅଘଟଣ ଘଟିଥାଏ ଯେପରିକି ସ୍ବାମୀ, ସ୍ତ୍ରୀ କିମ୍ବା ପିଲାର ମୃତ୍ୟୁ, ରେପ୍, ବମ୍ବବ୍ଲାଷ୍ଟ୍ ବା ଯୁଦ୍ଧରେ ପ୍ରାଣ ହରାଇବା ଇତ୍ୟାଦି। ପରବର୍ତ୍ତୀ ସମୟରେ ଅଳ୍ପେ ବହୁତେ ସମସ୍ତେ ଦୁଃଖ ପ୍ରକାଶକରିବା, ଭାଙ୍ଗିପଡିବା ଏକ ସାଧାରଣ ପ୍ରତିକ୍ରିୟା I
କିନ୍ତୁ ତନ୍ମଧ୍ୟରୁ କିଛି ଜଣଙ୍କ ନିକଟରେ Post Traumatic Syndrome (PTSD) ର ଲକ୍ଷଣ ପରିଲକ୍ଷିତ ହୁଏ I ଏହାର କିଛି ଲକ୍ଷଣ -
ନିଦ ନ ଆସିବା, ଦୁଃସ୍ଵପ୍ନ ।
ଅତ୍ୟଧିକ ସାବଧାନ ରହିବା।
ବାରମ୍ବାର ସେଭଳି ଘଟିବା ଆଶଙ୍କା।
ବର୍ତ୍ତମାନର COVID ପରିସ୍ଥିତିରେ ନିଜ ପାଇଁ ବିପଦ ଅନୁଭବ କରି ଭୟଭୀତ ଓ ଅସହାୟ ଅନୁଭବ କରିବେ I କାରଣ, ଏହି ସମୟରେ ସେମାନେ ସାମାଜିକ ବିଚ୍ଛିନ୍ନତା, ଦୁର୍ବ୍ୟବହାର, ଅବହେଳା ଆଦିର ସମ୍ମୁଖୀନ ହୋଇପାରନ୍ତି I ଯେପରିକି COVID ସଂକ୍ରମଣ ହେତୁ ସେମାନଙ୍କ ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ବିଷୟରେ ଦେଖିଥିବେ ବା ଶୁଣିଥିବେ I
ଯେହେତୁ ନିଜ ଭାବନା ବିଷୟରେ ଅନ୍ୟ ସହିତ କଥାବାର୍ତ୍ତା ହେବା ଆମ ସମାଜରେ ଏକ stigma /କଳଙ୍କ ସେଥିପାଇଁ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ ହେଉଥିବା ଅଧିକାଂଶ ଲୋକଙ୍କ ପ୍ରତି ଆମର ଦୃଷ୍ଟି ଆକର୍ଷଣ ହୁଏନାହିଁ I ଆମେ ବୁଝି ପାରୁନା ଯେ ସେମାନଙ୍କ ପାଇଁ ଡାକ୍ତରୀ ସାହାଯ୍ୟ ଲୋଡିବାର ଆବଶ୍ୟକତା ଥାଇପାରେ |
ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତାଙ୍କୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସଚେତନ କରିବାରେ ବିଦ୍ୟାଳୟର ପ୍ରମୁଖ ଭୂମିକା ରହିଛି | ଆମେ ଶିଶୁମାନଙ୍କୁ ଏପରି ଏକ ପରିବେଶ ପ୍ରଦାନ କରିବା ଯେଉଁଠାରେ ସେମାନେ ସେମାନଙ୍କର ମନଭାବ ବିଷୟରେ ଏବଂ ନିଜ ଜୀବନରେ ଯାହା ସାମ୍ନା କରୁଛନ୍ତି ତାହା ବିଷୟରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିପାରିବେ |
ଯେଉଁ ଶିଶୁମାନେ ଅସୁବିଧାର ସମୁଖୀନ ହେଉଛନ୍ତି ସେମାନଙ୍କ କଥା ବୁଝିବାପାଇଁ ଶିକ୍ଷକମାନେ ହିଁ ପ୍ରଥମ ପାହାଚ ଅଟନ୍ତି | ଯେହେତୁ ବିଦ୍ୟାଳୟଗୁଡ଼ିକ ଖୋଲା ପରିବେଶ, ଯତ୍ନ, ଭାବ ଆଦାନ ପ୍ରଦାନ ପରିବେଶ ସୃଷ୍ଟି କରିବାରେ କାର୍ଯ୍ୟ କରୁଛନ୍ତି, ଶିକ୍ଷକମାନେ ଏହାକୁ ଆଗକୁ ନେବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ |
ଯେହେତୁ ଛାତ୍ରଛାତ୍ରୀମାନେ ସେମାନଙ୍କର ଖାଇବା ଏବଂ ଖେଳିବା ଆବଶ୍ୟକତା ପ୍ରତି ସତର୍କ ନଥାନ୍ତି ଏହା ଆମର କର୍ତ୍ତବ୍ୟ ହେବକି ଆମେ ସେମାନଙ୍କୁ ଠିକ୍ ଖାଇବା ଏବଂ ଖେଳିବାର ଗୁରୁତ୍ୱକୁ ଜଣେଇବା ଏବଂ ନିଜ ଦୈନନ୍ଦିନ ଜୀବନରେ ଏହାକୁ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିବା |
ଆମେ ଛାତ୍ରଛାତ୍ରୀ ମାନଙ୍କୁ ପରସ୍ପରଠାରୁ ସାହାଯ୍ୟ ମାଗିବାପାଇଁ ଉତ୍ସାହିତ କରିବାଦ୍ୱାରା ଆମେ ଏପରି ଏକ ସଂସ୍କୃତି ବା ପରିବେଶ ସୃଷ୍ଟି କରିବାରେ ସହାୟକ ହେଉ ଯେଉଁଠାରେ ସାହାଯ୍ୟ ମାଗିବାକୁ ଉତ୍ସାହିତ କରାଯାଏ ଏବଂ ଶିଶୁମାନେ ଏକ ସମ୍ପ୍ରଦାୟରେ ମିଳିମିଶି କାମ କରିବା ଏବଂ ପରସ୍ପରକୁ ସମର୍ଥନ କରିବା ମଧ୍ୟ ଶିଖିଥାନ୍ତି I
ମାନସିକ ସ୍ୱାସ୍ଥ୍ୟ ବିଷୟରେ କଥାବାର୍ତ୍ତା କରିବାବେଳେ ଛାତ୍ରଛାତ୍ରୀ, ଅଭିଭାବକ, ପରିବାର, କର୍ମଚାରୀଙ୍କ ସହିତ ସମ୍ମାନଜନକ ଏବଂ ସକରାତ୍ମକ ଭାଷାର ବ୍ୟବହାର ପ୍ରକୃତରେ ସାହାଯ୍ୟକାରୀ ହୁଏ | ଆମେ ଜାଣିବା ଆବଶ୍ୟକ ଯେ ମାନସିକ ରୋଗରେ ପୀଡିତ ଲୋକଙ୍କ ପାଖରେ ମଧ୍ୟ ଅନ୍ୟମାନଙ୍କ ପରି ଶକ୍ତି, ଆବଶ୍ୟକତା, ଆଗ୍ରହ ଏବଂ ଅଭିଜ୍ଞତା ରହିଥାଏ I
ଦୁଃଖ ଦୂର କରିବାପାଇଁ କଥାବାର୍ତ୍ତା ହେବା, ଆମ ପାଖରେ ସହଜରେ ଉପଲବ୍ଧ ଥିବା ସର୍ବୋତ୍ତମ ବିକଳ୍ପ ମଧ୍ୟରୁ ଗୋଟିଏ | ଆମେ ଏହା ଜାଣୁକି ଦୁଃଖ ବାଣ୍ଟିବା ଦ୍ୱାରା କମିଥାଏ ଓ ଖୁସି ବାଣ୍ଟିବା ଦ୍ୱାରା ବଢିଥାଏ | ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଯେଉଁମାନେ ସେମାନଙ୍କ ଦୁଃଖ ବିଷୟରେ କହିବାକୁ ଇଛୁକ ସେମାନଙ୍କ କଥାକୁ ପ୍ରଥମେ ଶୁଣିବା |
ଆମର ଶାରୀରିକ ସ୍ୱାସ୍ଥ୍ୟ ଏବଂ ଆମର ମାନସିକ ସ୍ୱାସ୍ଥ୍ୟ ପରସ୍ପର ଉପରେ ପ୍ରଭାବ ପକାଇଥାନ୍ତି ଓ ଭଲ ଖାଇବା ଏବଂ ବ୍ୟାୟାମ ଦ୍ୱାରା ଉଭୟଙ୍କର ଭଲ ଯତ୍ନ ନେଇ ହେବ | ବ୍ୟାୟାମ, ମସ୍ତିଷ୍କ ଏବଂ ଶରୀରକୁ ସୁସ୍ଥ ରଖେ ଏବଂ ଆମ ମନୋବଳକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ |
ଆମେ ମାନସିକ ଏବଂ ଶାରୀରିକ ସ୍ତରରେ କିପରି ଅନୁଭବ କରୁ, ତାହା ଉପରେ ଆମେ ଖାଉଥିବା ଖାଦ୍ୟର ଏକ ବଡ ପ୍ରଭାବ ରହିଛି | ସୁସ୍ଥ ରହିବା ପାଇଁ ଆମର ମସ୍ତିଷ୍କ ପୋଷକ ତତ୍ତ୍ୱ ଆବଶ୍ୟକ କରେ, କେତେକ ପ୍ରକାରର ଖାଦ୍ୟ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟାବଶ୍ୟକ ଉପାଦାନ ମଧ୍ୟ ଧାରଣ କରିଥାନ୍ତି।
ଆମେ ଜାଣିବା ଆବଶ୍ୟକ ଯେ ଆମେ ସମସ୍ତ କାର୍ଯ୍ୟ ଏକାକୀ କରିବାକୁ ସକ୍ଷମ, ତଥାପି ବର୍ତ୍ତମାନ ବା ପରବର୍ତ୍ତୀ ସମୟରେ ଅନ୍ୟ ମାନଙ୍କର କିଛି ସାହାଯ୍ୟ ଦରକାର ପଡ଼ିପାରେ ଏବଂ ସାହାଯ୍ୟ ମାଗିବା ଦୁର୍ବଳତାର ସଙ୍କେତ ନୁହେଁ, ବରଂ ଶକ୍ତିଶାଳୀ ରହିବାର ଏକ ଉପାୟ |
ଆମ ଜାଣିବା ଜରୁରୀ ଯେ, କାର୍ଯ୍ୟ ଏବଂ ହସ ଖୁସି ଦୁହେଁ ଆମପାଇଁ ଅତ୍ୟାବଶ୍ୟକ ଅଟନ୍ତି | ଦୈନନ୍ଦିନ କାର୍ଯ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣିବା ଏବଂ କାର୍ଯ୍ୟରୁ ଛୋଟ ବିରତି ନେବା ଆମ ମାନସିକ ସ୍ୱାସ୍ଥ୍ୟ ପାଇଁ ହିତକର | ଆମର ସହକର୍ମୀମାନଙ୍କ ସହିତ ସ୍ୱଳ୍ପ କଥାବାର୍ତ୍ତା ମଧ୍ୟ ଆମକୁ ସତେଜ ଏବଂ ଡି-ଷ୍ଟ୍ରେସିଂ/ଚାପମୁକ୍ତ କରିପାରେ |
ଯଦି କୌଣସିକାର୍ଯ୍ୟ ଆମକୁ ଖୁସି ଅନୁଭବ କରାଏ ଏବଂ ଆମେ ଏହା କରିବାକୁ ଉପଭୋଗ କରୁ, ତେବେ ଏହି କାର୍ଯ୍ୟକଳାପ ପାଇଁ ଆମକୁ ସମୟ ବାହାର କରିବାକୁ ପଡିବ କାରଣ ନିଜକୁ ଆନନ୍ଦିତ ରଖିବା ମାନସିକ ଚାପକୁ ଦୂର କରିବାରେ ସାହାଯ୍ୟ କରିଥାଏ |
ଆମ ମଧ୍ୟରୁ ଅନେକ ବ୍ୟକ୍ତି ନିଜକୁ ପସନ୍ଦ କରିବାକୁ କିମ୍ବା ନିଜେ କିଏ ବୋଲି ଗ୍ରହଣ କରିବାକୁ ସଂଘର୍ଷ କରନ୍ତି | ଆମେ ପ୍ରାୟତଃ ନିଜକୁ ଅନ୍ୟ ଲୋକଙ୍କ ସହିତ ତୁଳନା କରିଥାଉ ଏବଂ ଆମର ସମସ୍ତ ଭଲ ଗୁଣକୁ ଅଣଦେଖା କରିଥାଉ | ଆମେ ଅନନ୍ୟ ବୋଲି ଗ୍ରହଣ କରିବା ଆମପାଇଁ ଅତ୍ୟନ୍ତ ଜରୁରୀ ଅଟେ |
ଆମେ ଅନ୍ୟର ସମ୍ପର୍କରେ ରହିବା ଓ ଅନ୍ୟମାନଙ୍କୁ ଜଣାଇବା ମଧ୍ୟ ଆବଶ୍ୟକ ଯେ ଆମେ ସେମାନଙ୍କ ସହିତ ସର୍ବଦା ଅଛୁ | ଯେତେବେଳେ ଅନ୍ୟମାନେ ଜାଣନ୍ତି ଯେ ଆମେ ସେମାନଙ୍କ ଯତ୍ନ ନେଉଛୁ ସେମାନେ ଆମ ପାଖରେ ସୁରକ୍ଷିତ ମନେକରିବେ ଏବଂ ସେମାନେ ଯାହା ଅନୁଭବ କରିବେ ତାହା କହିବା ସହ ଆମ ସମସ୍ୟାର ସମାଧାନ କରିବାରେ ମଧ୍ୟ ଆମକୁ ସାହାଯ୍ୟ କରିବେ |
ବାର୍ତ୍ତାଳାପବେଳେ ମାନସିକ ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କ ସହିତ ସମ୍ମାନର ସହିତ କଥାବାର୍ତ୍ତା କଲେ ସେମାନେ ସେହି ସମୟରେ ସମ୍ମାନିତ ଅନୁଭବ କରିବେ | ସେହିଭଳି ସକରାତ୍ମକ ଭାଷା ବ୍ୟକ୍ତିକୁ ଖୋଲିକରି ନିଜ ସମସ୍ୟା କହିବାରେ ଏବଂ ସମାଧାନ ମାଗିବାରେ ସାହାଯ୍ୟ କରିଥାଏ |
ଅପ୍ରତ୍ୟାଶିତ COVID ଜନସାଧାରଣଙ୍କ ମଧ୍ୟରେ ଅନେକ ଆତଙ୍କ ସୃଷ୍ଟି କରିଛି ଏବଂ ଆମ ସମାଜରେ ଚିନ୍ତା, ଭୟ, ଉଦାସୀନତା ଏବଂ ଏକାକୀ ଭାବନାକୁ ବହୁଗୁଣିତ କରିଛି | ଆମର ଚିନ୍ତା ଏବଂ ଭୟକୁ ବୁଝିବା ଏବଂ ସେସବୁର ସୁପରିଚାଳନା ପାଇଁ ନିଆଯାଉଥିବା ଛୋଟ ଛୋଟ ପଦକ୍ଷେପ ବିଷୟରେ ଜାଣିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ |
ବର୍ତ୍ତମାନ ମହାମାରୀପାଇଁ କାମ ଧନ୍ଦାର ଅଭାବ, ଚାକିରିର ଅଭାବ ହଠାତ୍ ପରିଲକ୍ଷିତ ହୋଇଛି | ବର୍ଦ୍ଧିତ ଲକଡାଉନ୍ ଲାଗୁ ହେବା ଯୋଗୁ ଲକ୍ଷ ଲକ୍ଷ ଲୋକ ନିଜର ଜୀବିକା ନିର୍ବାହର ଉତ୍ସ ହରାଇଛନ୍ତି | ଯେଉଁମାନେ ଚାକିରିରେ ଅଛନ୍ତି ସେମାନେ ଯେକୌଣସି ସମୟରେ ଚାକିରୀ ହରାଇବାର ଭୟରେ ଅଛନ୍ତି |
COVID ପାଇଁ ଟିକା ଉପଲବ୍ଧ ହେବାର ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ନାହିଁ | ବୟସ୍କମାନେ ସେମାନଙ୍କ ପରିବାରର କେହି ଜଣେ COVID ରେ ପୀଡିତ ହେଲେ ସେମାନେ କିପରି ଏହାର ମୁକାବିଲା କରିବେ ତାହା ନେଇ ଚିନ୍ତିତ | ଏହିପରି ସମୟରେ ଆମମାନଙ୍କ ମଧ୍ୟରୁ ଅନେକଙ୍କ ମାନସିକ ଚାପ, ଚିନ୍ତା ଏବଂ ଉଦାସୀନତାର ସମ୍ମୁଖୀନ ହେବାର ଆଶଙ୍କା ବଢେଇଥାଏ |
COVID ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ରଖାଯାଇଛି। ତେବେ ବର୍ତ୍ତମାନର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆବଶ୍ୟକ ପରିବେଶର ଅଭାବ, ପିଲାମାନେ ବିଦ୍ୟାଳୟ ଯିବା, ସାଙ୍ଗମାନଙ୍କ ସହିତ ରହିବା, ସେମାନଙ୍କଠାରୁ ସାମାଜିକ ସମର୍ଥନ ପାଇବାର ସୁଯୋଗ କୁ ବନ୍ଦ କରିଦେଇଛି ଯାହାକି ସୁସ୍ଥ ମାନସିକତା ପାଇଁ ନିତାନ୍ତ ଆବଶ୍ୟକ I
ଏପରି ଏକ ମହାମାରୀ ମଧ୍ୟରେ ବଞ୍ଚିବାକୁ ପଡ଼ିବ ଏହା ଆମେ କେବେ ଆଶା କରି ନଥିଲେ I ଆମେ ସମସ୍ତେ ବାହ୍ୟ ଦୁନିଆ ସହିତ ଅତି କମ୍ ସମ୍ପର୍କ ରଖି ନିଜ ଘରେ ସୁରକ୍ଷିତ ହେଇ ରହିଛୁ ଯାହା ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି | ଆମେ ସମସ୍ତେ ନିଉଜ ହେଡଲାଇନ୍ ଦେଖୁଛୁ ଏବଂ ଭାବୁଛୁ, & #39;& #39; ଏହା ପରେ କଣ ହେବ?”
ପରାମର୍ଶିତ ସୁରକ୍ଷା ଓ ସାବଧାନତା ସହିତ ନିଜକୁ ଅପଡେଟ୍ ରଖିବା ଏବଂ କରୋନା ଭାଇରସ୍ ବିସ୍ତାରକୁ ମନ୍ଥର କରିବା ପାଇଁ କାର୍ଯ୍ୟ କରିବା ଆମପାଇଁ ଆବଶ୍ୟକ | କିନ୍ତୁ ଆମ ଚାରିପାଖେ ଅନେକ ଭୁଲ ତଥ୍ୟ ବୁଲୁଛି ଯାହା କେବଳ ଆମ ଭିତରେ ଭୟ ସୃଷ୍ଟି କରୁଛି |
ଆମ ଚାରିପାଖରେ ବହୁତ କିଛି ଘଟୁଛି ଏବଂ ସବୁକିଛି ପ୍ରତି ଧ୍ୟାନ ଦେବା ଆମପାଇଁ କଷ୍ଟକର ବ୍ୟାପାର | ତେଣୁ, ଆମକୁ ନିଜ ନିୟନ୍ତ୍ରଣରେ ଥିବା ଜିନିଷଗୁଡ଼ିକୁ ଚିହ୍ନଟ କରିବାକୁ ହେବ | ଆମ ନିୟନ୍ତ୍ରଣ ଭିତରେ ଅଛି ସେଥିପ୍ରତି ଧ୍ୟାନ ଦେବାକୁ ପଡିବ, ଯେପରିକି ଆମର ବ୍ୟକ୍ତିଗତ ସ୍ୱଚ୍ଛତା, ସାମାଜିକ ଦୂରତା ବଜାୟ ରଖିବା ଇତ୍ୟାଦି |
ଆମ ନିୟନ୍ତ୍ରଣରେ ଥିବା ଜିନିଷର ଏକ ତାଲିକା -
1. ସାବୁନ୍ ଏବଂ ପାଣି କିମ୍ବା ସାନିଟାଇଜରରେ ବାରମ୍ବାର ହାତ ଧୋଇବା
2. ହାତକୁ ମୁହଁଠାରୁ ଦୂରେଇ ରଖିବା
3. ଯଥାସମ୍ଭବ ଜନଗହଳି ଠାରୁ ଦୂରେଇ ରହିବା
4. ସମସ୍ତ ଅଣ ଅତ୍ୟାବଶ୍ୟକ ସପିଂ ଏବଂ ଭ୍ରମଣରୁ ଦୂରେଇ ରହିବା
6. 6 ଫୁଟ ଦୂରତା ରଖିବା
7. ଗାଢ଼ ନିଦରେ ଶୋଇବା
ଏହି ସମୟରେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଆମେ ନିଜର ଭଲ ଯତ୍ନ ନେଉଛୁ ଏବଂ କୌଣସି ଖରାପ ପରିସ୍ଥିତି ହେବାକୁ ଦେବୁ ନାହିଁ ସେଥିପାଇଁ ଆମେ ନିଜେ ଅତ୍ୟଧିକ ଚାପକୁ ପରିଚାଳନା କରିବା, ସୁସ୍ଥ ଭୋଜନ କରିବା , ଗାଢ଼ ନିଦରେ ଶୋଇବା ଏବଂ ଯୋଗ ଓ ଧ୍ୟାନ କରିବା |
ଆମେ ଜାଣୁ ଯେ ଏହି ମହାମାରୀ ନିଜ ସହିତ ଅନେକ ସମସ୍ୟା ଆଣିଛି। କେତେକ ପ୍ରମୁଖ ସମସ୍ୟା ହେଉଛି -
ଅର୍ଥନୈତିକ ଅସ୍ଥିରତା
ଆତଙ୍କିତ ଭାବରେ ଅତ୍ୟାବଶ୍ୟକ ଜିନିଷ କିଣିବା
ବିଦ୍ୟାଳୟ, ଏବଂ କାର୍ଯ୍ୟାଳୟ ବନ୍ଦ ରହିବା
ପ୍ରବାସୀ ଶ୍ରମିକମାନେ ବାହାରେ ଅଟକି ରହିବା/ ବୃତ୍ତି ହରାଇବା ଇତ୍ୟାଦି।
ତେଣୁ ଆମେ ଅନ୍ୟକୁ ଯଥା ସମ୍ଭବ ସାହାଯ୍ୟ କରିବା I
ଆମେ ଅନ୍ୟକୁ ଯଥା ସମ୍ଭବ ସାହାଯ୍ୟ କରିବା ଓ ସମସ୍ୟାକୁ ସମାଧାନ କରିବାରେ ଯତ୍ନବାନ ହେବା I ମନୁଷ୍ୟ ଜୀବନର ଉଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଦୟାଳୁ ଏବଂ ପରୋପକାରୀ ହେବI ହିଁ ଧ୍ରୁବ ସତ୍ୟ ଅଟେ I
End of thread.

କିଛି ଦିନ ତଳେ OSEPA ଦ୍ଵାରା ପ୍ରଯୋଜିତ "ମାନସିକ ସ୍ଵାସ୍ଥ୍ୟ ସଚେତନତା" ଉପରେ ଗୋଟିଏ ଅନଲାଇନ୍ ଟ୍ରେନିଂରେ ଭାଗ ନେଇଥିଲି। ସେଥିରୁ କିଛି ସେୟାର କରିଛି। ଆମେ ସମସ୍ତେ ଜାଣିବା ଜରୁରୀ। ଥ୍ରେଡଟି ଲମ୍ବା ହୋଇଗଲା।https://abs.twimg.com/emoji/v2/... draggable="false" alt="🙏" title="Folded hands" aria-label="Emoji: Folded hands">
#MentalHealth https://abs.twimg.com/hashflags... draggable="false" alt="">
#MentalHealthForAll https://abs.twimg.com/hashflags... draggable="false" alt="">
#MentalHealthMatters
You can follow @narayanatweets.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: