ବିସ୍ଫୋରଣ ଘଟଣା ସମ୍ପର୍କିତ କିଛି ଉପାଦେୟ ତଥ୍ୟର ଖିଅ ଟିଏ
(କ& #39;ଣ କରିବେ, କ& #39;ଣ ନ କରିବେ !)

୧. କାରଣ ? :
• ବିସ୍ଫୋରଣ ବିଭିନ୍ନ କାରଣରୁ ହୋଇପାରେ,ଯେମିତି କି ବୋମା,ଗ୍ୟାସ୍/ତୈଳ ଟ୍ୟାଙ୍କ୍ ,ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ଥିବା ସ୍ଥାନରେ ତ୍ରୁଟି.

୨. କେମିତି ହୁଏ ? :
• କିଛି ଆପକୁ ଆପ ହୁଏ,କିଛି ମନୁଷ୍ୟକୃତ,କିଛି ଦୁର୍ଘଟଣାବଶତଃ
୩. ବିସ୍ଫୋରଣ ର ପ୍ରଭାବ :

• ବିସ୍ଫୋରଣର କାରଣ ଭିନ୍ନ ଥିଲେ ବି କୁପ୍ରଭାବ ପ୍ରାୟତଃ ସମାନ ହୋଇଥାଏ,ଯେମିତି କି ଜଳା ପୋଡ଼ା,ଶରୀରରେ ଗଭୀର କ୍ଷତ,ଶରୀରରୁ ଅଙ୍ଗ ପ୍ରତ୍ୟଙ୍ଗ ଅଲଗା ହୋଇଯିବା, ପ୍ରଚୁର ରକ୍ତସ୍ରାବ
୪. ଆହତ ବ୍ୟକ୍ତିଙ୍କ ପାଇଁ କ& #39;ଣ କରିବେ:

• ଆହତ ବ୍ୟକ୍ତିଙ୍କ ରକ୍ତ ବାହାରୁଥିବା କ୍ଷତ ସ୍ଥାନକୁ ଚାପି ରଖିବେ
• ଅଚେତ୍ ଥିବା ଆହତ ବ୍ୟକ୍ତିଙ୍କୁ ପ୍ରାଥମିକତା ଦେଇ ହସ୍‌ପିଟାଲ୍ ପଠାନ୍ତୁ
• ଚଳପ୍ରଚଳ କରିପାରୁଥିବା ଆହତଙ୍କୁ ତା ପରେ ପଠେଇପାରିବେ
୫. ନିଜ ପାଇଁ କ& #39;ଣ କରିବେ:

https://abs.twimg.com/emoji/v2/... draggable="false" alt="➡️" title="Pfeil nach rechts" aria-label="Emoji: Pfeil nach rechts">ଯଦି ଆପଣ ବିସ୍ଫୋରଣ ସ୍ଥାନରେ ଥା& #39;ନ୍ତି :

•ତେବେ ତୁରନ୍ତ ସେ ସ୍ଥାନ ଛାଡ଼ି ଦୂରକୁ ପଳାଇଯା& #39;ନ୍ତୁ,ଯାହା ଫଳରେ ଆପଣ ପରବର୍ତ୍ତୀ ବିସ୍ଫୋରଣ କିମ୍ବା ବିସ୍ଫୋରଣ ଜନିତ ପ୍ରଭାବ (ଧୂଳି,ଧୂଆଁ,ବିଷାକ୍ତ ଦ୍ରବ୍ୟ)ରୁ ବର୍ତ୍ତିଯାଇପାରିବେ ଓ ଆଶୁ ସହାୟକ ଦଳର କର୍ମୀ ମାନଙ୍କୁ କାମ କରିବାକୁ ସୁବିଧା ହେବ.
•ଉତ୍ତପ୍ତ,ତୀକ୍ଷ୍ଣ ବସ୍ତୁ ମାନଙ୍କଠାରୁ ଦୂରେଇ ରୁହନ୍ତୁ

•ସେହି ସ୍ଥାନରେ ଫୋନ୍,ବୈଦ୍ୟୁତିକ ଉପକରଣର ବ୍ୟବହାର ନ କଲେ ଭଲ,ଏହା ପରବର୍ତ୍ତୀ ବିସ୍ଫୋରଣର କାର ମଧ୍ୟ ହୋଇପାରେ

https://abs.twimg.com/emoji/v2/... draggable="false" alt="➡️" title="Pfeil nach rechts" aria-label="Emoji: Pfeil nach rechts">ଯଦି ବିସ୍ଫୋରଣ ସ୍ଥାନରେ ଫରିରହି ଯାଇଥା& #39;ନ୍ତି:

•ବିଷାକ୍ତ ଧୂଳି ଓ ଧୂଆଁରୁ ରକ୍ଷା ପାଇବାକୁ ନାକ ପାଟିକୁ କପଡ଼ାରେ ଘୋଡ଼େଇ ରଖନ୍ତୁ
•ଉଦ୍ଧାରକାରୀ ଦଳଙ୍କୁ ହୁଇସିଲ୍, ଫ୍ଲାସ୍‌ଲାଇଟ୍ କିମ୍ବା କୌଣସି ବସ୍ତୁକୁ ହାତରେ ବାଡ଼େଇ ଶବ୍ଦ କରି ନିଜର ଅବସ୍ଥିତି ଜଣେଇବାକୁ ଚେଷ୍ଟା କରନ୍ତୁ

•ଚିତ୍କାର କରି ଡାକନ୍ତୁ ନାହିଁ,ଫଳରେ ଧୂଳି ଧୂଆଁ ଶ୍ୱାସକ୍ରିୟାରେ ପ୍ରବେଶ କରି ଶୱାସରୁଦ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି
https://abs.twimg.com/emoji/v2/... draggable="false" alt="➡️" title="Pfeil nach rechts" aria-label="Emoji: Pfeil nach rechts">ଯଦି ବିସ୍ଫୋରଣ ସ୍ଥାନରୁ କିଛି ଦୂରରେ ଥା& #39;ନ୍ତି:

•କେବେ ବି ବିସ୍ଫୋରଣ ସ୍ଥାନ ଆଡ଼କୁ ଯା& #39;ନ୍ତୁ ନାହିଁ,ଦ୍ୱିତୀୟ ବିସ୍ଫୋରଣ କିମ୍ବା ବିସ୍ଫୋରଣ ଜନିତ କୁପ୍ରଭାବ ଯଥା ବିଷାକ୍ତ ଗ୍ୟାସ୍ , ତୀକ୍ଷ୍ଣ /ଉତ୍ତପ୍ତ ବସ୍ତୁ ର ସଂସ୍ପର୍ଶ ରେ ଆପଣ ଆସିପାରନ୍ତି
•ସ୍ଥାନୀୟ ଉଦ୍ଧାରକାରୀ ଦଳ ଓ ଅଧିକାରୀଙ୍କ ଉପଦେଶ ମାନନ୍ତୁ
https://abs.twimg.com/emoji/v2/... draggable="false" alt="➡️" title="Pfeil nach rechts" aria-label="Emoji: Pfeil nach rechts">ଯଦି ଘର ଭିତରେ ଥା& #39;ନ୍ତି:

•ତୁରନ୍ତ ଘର ବାହାରକୁ ଚାଲି ଯା& #39;ନ୍ତୁ,
ନିଜ ଜିନିଷ ଗୋଟେଇ ନେବାକୁ ଅପେକ୍ଷାକରି ବାହାରିବାରେ ବିଳମ୍ବ କରନ୍ତୁ ନାହିଁ

•ଯଦି ସମ୍ଭବ ଅନ୍ୟ କାହାକୁ ବାହାରିବାରେ ସାହାଯ୍ୟ କରିପାରିବେ
https://abs.twimg.com/emoji/v2/... draggable="false" alt="➡️" title="Pfeil nach rechts" aria-label="Emoji: Pfeil nach rechts">ଘର ବାହାରକୁ ଚାଲିଗଲା ପରେ:

•କାଚ ଝରକା,ଦୁଆର ଠାରୁ ଦୂରେଇ ଯା& #39;ନ୍ତୁ
ସୁରକ୍ଷିତ ସ୍ଥାନ ଆଡ଼କୁ ଦଉଡ଼ିବା ଜାରି ରଖନ୍ତୁ, ଉପସ୍ଥିତ ସହାୟକ ଅଧିକାରୀଙ୍କ ଉପଦେଶ ମାନନ୍ତୁ.

•ସତର୍କ ରୁହନ୍ତୁ, ବିସ୍ଫୋରଣ ସ୍ଥାନରେ ଦ୍ୱିତୀୟ/ପରବର୍ତ୍ତୀ ବିସ୍ଫୋରଣ ହେବାର ସମ୍ଭାବନା ଅଧିକ ଥାଏ.
•ପରବର୍ତ୍ତୀ ବିସ୍ଫୋରଣର ଆଭାଷ ପାଇଲେ ପ୍ରେସର୍ ୱେଭ୍ ଜନିତ ପ୍ରଭାବରୁ ବର୍ତ୍ତିବା ପାଇଁ କାନ ବନ୍ଦ୍ କରି କିଛିସମୟ ମାଟିରେ ଶୋଇରହିପାରିବେ.

https://abs.twimg.com/emoji/v2/... draggable="false" alt="➡️" title="Pfeil nach rechts" aria-label="Emoji: Pfeil nach rechts">କାର୍ କିମ୍ବା ବସ୍ ଭିତରେ ଥିଲେ:

•ଯଥା ଶୀଘ୍ର ବାହାରକୁ ବାହାରିବାକୁ ତତ୍ପର ହୁଅନ୍ତୁ ଏବଂ ଉପରେ ଆଲୋଚନା ହୋଇଥିବା ତଥ୍ୟ ଅନୁସରଣ କରି ପାରିବେ.
You can follow @GormentDr.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: