#Go_କରୋନା_Go #FAQs #Thread
ସମଷ୍ଟିଗତ ଅନୁଭୂତିରୁ କେତେକ କଥା...
୧)
ପ୍ର:-
୧୦ ତାରିଖରୁ ଜରଥଣ୍ଡାକାଶ ଆରମ୍ଭ ହେଲା। ଘରେ ଅନ୍ୟ ୩ଜଣବି ପିଡୀତ। ୨୦ ତାରିଖରେ ଟାଇଫଏଡ୍ ପଜିଟିଭ ବାହାରିଲା। ୨୨ରେ CT chest ରେ ଭାଇରାଲ ନିମୋନିଆ(CORADS 5) କିନ୍ତୁ rtpcr ନେଗେଟିଭ। CRP & LDH ଅଧିକ। କଣ ଇଏ?

ଉ:-
କରୋନା ସମ୍ଭାବନା ଅତ୍ୟଧିକ।
୨)
ପ୍ର:-
ଆଣ୍ଟିଜେନ ଓ RTPCR ନେଗେଟିଭ ହେଲେବି କରୋନା ଥିବ?

ଉ:-
ରହିପାରେ। ୨ ଟା ଯାକ ପରୀକ୍ଷାରେ sensitivity ୭୦% ଆଡେ।
୩)
ପ୍ର:-
କେଉଁବି ପରୀକ୍ଷା ଉପରେ ଭରସା ପାଉନି।
ଉ:-
ପଜିଟିଭ ଟେଷ୍ଟ ରିପୋର୍ଟ ପ୍ରାୟ ୧୦୦% ଠିକ୍। ନେଗେଟିଭ ଥିଲେବି କରୋନା ଥାଇପାରେ।
୪)
ପ୍ର:-
RTPCR ଯଦି ଜିନ୍ ଟେଷ୍ଟ କରୁଛି, ତେବେ ଭୂତାଣୁ ମିସ୍ ହେଉଛି କେମିତି?
ଉ:-
ଦେଶକେ ଫାଙ୍କ
ନଈକେ ବାଙ୍କ...

-ଅଲଗା ଜିନ୍ ଟେଷ୍ଟ କରାଯାଇଥିବ
-ସ୍ବାବ କଲେକ୍ସନରେ ଅସୁବିଧା ରହିପାରେ
-ସରବରାହରେ ଅସୁବିଧା ରହିପାରେ
-ଭୂତାଣୁ ପରିମାଣ କମବେଶୀ ରହିପାରେ
-ମେସିନ ଅଲଗା ହୋଇପାରେ
-PCR inhibition ହେଇପାରେ
-mutation ଥାଇପାରେ
୫)
ପ୍ର:-
RTPCR ରେ ଆକ୍ୟୁରେଟ ରେଜଲ୍ଟ କେମିତି ଆସିବ?
ଉ:-
ମିନିମମ୍ ୨ଟା ଆଣ୍ଟିଜେନ ଜିନ୍ ଟେଷ୍ଟ କରାଯାଏ, ଗୋଟିଏ ଲାବୋରେଟୋରୀରେ, ସମାନ ସାମ୍ପଲ ଓ ସମାନ ରିଏଜେଣ୍ଟରେ।
୬)
ପ୍ର:-
ରିପୋର୍ଟ ନେଗେଟିଭ ଆସୁଛି। କିନ୍ତୁ ଲକ୍ଷଣ ଅଛି।
ଉ:-
ରିପିଟ୍ କରିହେବ rtpcr । ଅନ୍ୟ ଆଣ୍ଟିଜେନ ଜିନ୍ ପାଇଁ ପରୀକ୍ଷା କରାଯାଇପାରିବ।୭
୭)
ପ୍ର:-
ସାଙ୍ଗଟେ ଏଠି rtpcr ନେଗେଟିଭ ରିପୋର୍ଟ ନେଇ ମାଲେସିଆ ଗଲା। ସେଠି ପଜିଟିଭ।
ଉ:-
ସମ୍ଭବ। ସେଠିକା ଲ୍ୟାବ ଅଲଗା ଆଣ୍ଟିଜେନ ଜିନ୍ ପରୀକ୍ଷା କରୁଥାଇପାରନ୍ତି।
୮)
ପ୍ର:-
କେବେ ପରୀକ୍ଷା କଲେ , ପଜିଟିଭ ର ଚାନ୍ସ ଅଧିକ?
ଉ:-
RTPCR ପାଇଁ
ଲକ୍ଷଣର ୫-୮ ଦିନ ମଧ୍ୟରେ।
ସଂସର୍ଗ ର ୫-୧୦ ଦିନ ମଧ୍ୟରେ।

ଆଣ୍ଟିଜେନ ଟେଷ୍ଟରେ, ଲକ୍ଷଣ ର ୫ଦିନ ଭିତରେ ଭଲ ଆସୁଛି ତ।
୯)
ପ୍ର:-
ଭୂତାଣୁ କେତେଦିନ ଆକ୍ଟିଭ ରହେ?
ଉ:-
ଲକ୍ଷଣ ର ୨ ଦିନ ପୂର୍ବ ଓ ୮ ଦିନ ପର ପର୍ଯ୍ୟନ୍ତ
୧୦)
ପ୍ର:-
ଡେଞ୍ଜର ପିରିୟଡ଼?
ଉ:-
୭-୧୨ ଦିନ
୧୧)
ପ୍ର:-
ସମସ୍ତେ ରୋଗପରେ ପ୍ରୋଟେକ୍ଟିଭ ଆଣ୍ଟିବଡି ଡେଭେଲପ୍ କରନ୍ତି ନା?
ଉ:-
ଅଳ୍ପକିଛି ଲୋକ ନକରି ପାରନ୍ତି
୧୨)
ପ୍ର:-
ଥରେ ହେଲେ ଆଉ ହେବନି ନା? ଆଣ୍ଟିବଡି ହୁଏପରା।
ଉ:-
ଆଣ୍ଟିବଡି କେତେଦିନ ରହୁଛି, ଗବେଷଣା ଆଗକୁ କହିବ।

ମ୍ୟୁଟେସନ ହେଲେ, ଆଣ୍ଟିବଡି କାମ ନଦେଇପାରେ।
୧୩)
ପ୍ର:-
ରୋଗୀର Chest CT scan ଦରକାର?
ଉ:-
ଦରକାର ହୋଇପାରେ। ଥରେ କରି ତାପରେ X-ray chest ରେ ଫଲୋଅପ କରାଯାଇପାରେ।
You can follow @drgynaec.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: