"ଭାଦ୍ରବ ଶୁକ୍ଳ ଅଷ୍ଟମୀ"
(ରାଧାଷ୍ଟମୀ)

ସକାଳ ଧୂପ ଶେଷ ପରେ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତ ପାହାଚରେ ଥିବା ପାଲିରେ ଯାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ପଡ଼ିଥିବା ଖଟ ଉପରେ ବିଜେ କରିବେ ।
ଏଠାରେ ମାଜଣା, ଶୀତଳ ଭୋଗ ହୋଇ ବନ୍ଦାପନା ହେବ । ମଧ୍ୟାହ୍ନ ଧୂପ ଉଠିଲେ ଲକ୍ଷ୍ମୀ ରତ୍ନ ସିଂହାସନ ଉପରକୁ ବିଜେ କରିବେ । ଭୋଗ ଶେଷ ହୋଇ ପାଣି ପଡ଼ିବା ପରେ ଲକ୍ଷ୍ମୀ ଓ ଭୂଦେବୀ ( ସରସ୍ବତୀ)ଙ୍କୁ ମହାଜନ ଖଟଶେଯ ଘରେ ବିଜେ କରାଇବେ ।
ପୂଜାପଣ୍ଡା ସୁଦର୍ଶନଙ୍କୁ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେଲା ପରେ ଦଇତାପତିମାନେ ସୁଦର୍ଶନଙ୍କୁ ଜଗମୋହନରେ ଥିବା ଚନ୍ଦ୍ର ଦୋଳରେ ବିଜେ କରାଇବେ । ରୁନ୍ଧା ସରି ପାଟ ପତନି ଲାଗି ପରେ ବିମାନବତୃମାନେ ଚଉଦୋଳକୁ ଝୁଲଣ ମଣ୍ଡପକୁ ନେବେ । ସେଠାରେ ସୁଦର୍ଶନ ଠାକୁରଙ୍କୁ କେତେକ ସୁନା ଅଳଙ୍କାର ଓ ଚୂଳ ଲାଗି କରାଯାଏ ।
ବଡ଼ଦେଉଳରେ ଗୋଟିଏ ବେଢ଼ା ସାରି ବିମାନବଡୁ ତାଙ୍କୁ ଯମେଶ୍ବରଙ୍କ ଦେଉଳରେ ବିଜେ କରାନ୍ତି । ଏଠାରେ ତାଙ୍କୁ ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ଓ ବନ୍ଦାପନା କରାଯାଇ ଶ୍ରୀମନ୍ଦିର ସିଂହାସନକୁ ବାହୁଡା ବିଜେ କରାଯାଏ । ସିଂହାସନ ପୋଛା ଓ ଚାରିବାଡ଼ରେ ମହାସ୍ନାନ ପରେ ଲକ୍ଷ୍ମୀ ଓ ଭୂଦେବୀ ଖଟଶେଯ ଘରୁ ସିଂହାସନକୁ ବିଜେ କରନ୍ତି ।
ସଂଧ୍ୟା ଆଳତି ବେଶ ପରେ ଆଳତି ହୁଏ । ସଂଧ୍ୟା ଧୂପରେ ଚାରିଜଣ ପୂଜାପଣ୍ଡା ପୂଜାରେ ବସନ୍ତି । ସୁଦର୍ଶନଙ୍କ ବାଡ଼ରେ ପ୍ରସାଦ ଲାଗି ହୁଏ । ଭୋଗ ପରେ ବନ୍ଦାପନା ହୁଏ ।
ତଥ୍ୟ ସଂଗ୍ରହ :- ମହୀ ମୋହନ ତ୍ରିପାଠୀ
ଫଟୋ ସଂଗ୍ରହ :- #Vrindavan_Krishna
Wishing you all a Happy Radhastami, the Auspicious Appearance Day of Srimati Radharani.

आप सबको श्री राधाअष्टमी की बहुत बहुत शुभकामनाएं। हरे कृष्ण।
जय श्री राधे, राधे राधे

ସମସ୍ତଙ୍କୁ ପବିତ୍ର #ରାଧାଷ୍ଟମୀ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
You can follow @Pravasanta.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: