#WorldBookDay
ଆଜି ବିଶ୍ୱ ପୁସ୍ତକ ଦିବସ
ପୁସ୍ତକ କହିବାକୁ ଗଲେ ଆମ ପୋଥି ର ପରବର୍ତ୍ତୀ ରୂପ। ସମସ୍ତ ଭାଷା ରେ ଏହି ପୋଥି ଭିନ୍ନ ଭିନ୍ନ ସମୟ ରେ ପୁସ୍ତକ ର ରୂପ ନେଇଛି। ତେବେ ଓଡ଼ିଆ ଭାଷା ରେ ୧୮୦୭ ମସିହା ରେ ପ୍ରଥମ ମୁଦ୍ରିତ ପୁସ୍ତକ ଛପାହୋଇଥିଲା। ଆଉ ତାହା ଥିଲା ପବିତ୍ର ବାଇବେଲ।
1/n
୧୮୦୩ ରେ ଯେତେବେଳେ ଇଂରେଜ ମାନେ କଟକ ଅଧିକାର କଲେ।ଏହି ସମୟ ରେ ଉଇଲିୟମ କେରୀ ନାମକ ଜଣେ ସାହେବ ଓଡିଶା ରେ ଖ୍ରୀଷ୍ଟୀୟ ପ୍ରଚାରକ ର ଦାୟିତ୍ୱ ନେଇଥିଲେ।୧୮୦୪ରେ ମେଦିନିପୁର ର ଓଡ଼ିଆ ପଣ୍ଡିତ ମୃତ୍ୟୁଞ୍ଜୟ ତର୍କଳଙ୍କାର ଓ ପର୍ଶୁରାମ ନାୟକ ଙ୍କ ସହାୟତା ରେ ପାଣ୍ଡୁଲିପି ଲେଖାଇ ତାହା କଲିକତା ଶ୍ରୀରାମପୁର ଓଡ଼ିଆଛାପାଖାନା ରେ ମୁଦ୍ରଣ କରାଇଲେ
୧୮୦୭ ରୁ ୧୮୩୦ ମଧ୍ୟ ରେ ଶ୍ରୀରାମପୁର ମିଶନ ପ୍ରେସ ରୁ ମାତ୍ର ୨୦ ଖଣ୍ଡ ଓଡ଼ିଆ ବହି ଛପା ହୋଇଥିଲା ବାଇବେଲ ପରେ ମିଶନ ପ୍ରେସ ରୁ ଜ୍ଞାନ ଋଣ ବୋଲି ଏକ ଓଡ଼ିଆ ପୁସ୍ତକ ୧୮୪୯ ରେ ପ୍ରକାଶ ପାଇଲା। ପରେ ଓଡିଶା ରେ ବିଭିନ୍ନ ସ୍ଥାନ ରେ ଓଡ଼ିଆ ପ୍ରେସ ଦେଖାଗଲା। ଓ ସେଥିରୁ ଅନେକ ଓଡ଼ିଆ ପୁସ୍ତକ ଛପାଗଲା
୧୮୮୫ ମସିହା ବେଳେ ଏକ ପରିସଂଖ୍ୟାନ ରୁ ଜଣାଯାଏ ଯେ ଏତିକି ବେଳେ ଓଡିଶା ରେ ୨୧୦ ଟି ପ୍ରିଣ୍ଟ ପ୍ରେସ ଥିଲା ସେ ମଧ୍ୟ ରୁ କଟକ ରେ ସର୍ବାଧିକ ୮୬ ଟି , ଗଞ୍ଜାମ ରେ ୩୬ ଟି, ପୁରୀ ୧୬ ଟି , ବାଲେଶ୍ଵର ରେ ୧୨, ସମ୍ବଲପୁର ୧୮ ଓ ଅନ୍ୟ ସ୍ଥାନ ମାନଙ୍କ ରେ ୪୦ ଟି ପ୍ରେସ ଥିଲା
ଚିତ୍ରସୌଜନ୍ୟ:ଋଷିରାଜପଟନାୟକ,ଅନନ୍ତକର
You can follow @VAdkri.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: