ରବିବାରିଆ ସୂତା #Covid19India #Thread #MythsAndFacts
୧】
Myth:-
ଚିନ୍/ଆମେରିକା କରୋନା ତିଆରି କରିଛନ୍ତି ଓ ବିକ୍ରିବଟା କରିବେବୋଲି ଯୋଜନା ଚଲେଇଥିଲେ
Fact:-
ଭୂତାଣୁଟି ନେଚୁରାଲ ସିଲେକ୍ସନ ପ୍ରକ୍ରିୟାରେ ଜନ୍ମିତ। ମନୁଷ୍ୟକୃତ/ଲାବୋରେଟୋରୀ ଉତ୍ପାଦ ନୁହେଁ
୨】
Myth:-
ପରିବାକୁ ବଜାରରୁ କିଣିଆଣି ସାବୁନ ମାରି ଧୋଇବା ଦରକାର
Fact:-
ଦରକାର ନାହିଁ। ପରିବା ଧରିବା/ରଖିବା/କାଟିବା ପରେ ନିଜ ହାତ ସାବୁନଫେଣରେ ପରିଷ୍କାର କରନ୍ତୁ। ଜୀବନକୁ ଏସମୟରେ କଷ୍ଟିଆ କରନ୍ତୁ ନି।
୩】
Myth:-
ସାନିଟାଇଜର୍ ମିଳୁନି। N95 ମିଳୁନି। କେହି ଯୋଗାଉନାହାନ୍ତି। ଆମେ ବିପଦରେ।
Fact:-
ସାବୁନକୁ ଫେଣକରି ୨୦ସେକେଣ୍ଡଯାଏଁ ହାତ ଧୁଅନ୍ତୁ। ସାମାଜିକ ଦୂରତା ରକ୍ଷା କରନ୍ତୁ। କପଡାମାସ୍କ ମୁହଁରେ ଦିଅନ୍ତୁ, ତିଆରି ବି କରିପାରିବେ। N95 ଦରକାର ନାହିଁ। ସାନିଟାଇଜର୍ ମୋବାଇଲ/ଲାପଟପ/ରିମୋଟ ଆଦିପାଇଁ ଦରକାର ପଡିପାରେ।
୪】
Myth:-
ଆମେରିକା କମ୍ପାନୀ କରୋନାର ପେଟେଣ୍ଟ ରଖିଛନ୍ତି। ଭ୍ୟାକ୍ସିନ ତିଆରି କରି ପରେ ବିକିବେ।
Fact:-
ସେଇଟା ୨୦୦୩ ସାର୍ସ ଭୂତାଣୁ ର। ସେଇଟାବି ହେଇପାରିନି।୫
୫】
Myth:-
ଚାଇନା ପାଖରେ ଆଣ୍ଟିଡୋଟ୍ ଆଣ୍ଟିବଡି ମେଡିସିନ ଭାକ୍ସିନ ସବୁଅଛି। କାହାକୁ ଦେଉନିସେ।
Fact:-
ପ୍ରମାଣ ନାହିଁ। ସେମିତି ହୋଇନପାରେ କେବେବି। ମେଡିସିନ/ଭ୍ୟାକ୍ସିନ, କମ୍ୟୁନିଟିରେ ବ୍ୟବହାର ପୂର୍ବରୁ ତିନୋଟି ଗବେଷଣାଗତ phase ପାରିହେବା ଦରକାର, ଯାହା ସମୟସାପେକ୍ଷ ଓ ଲୁଚାଛପା କରାଯାଏନି।
୬】
Myth:-
ଆମେ ହାଇଡ୍ରକ୍ସିକ୍ଲୋରୋକୁଇନ ଖାଇବାକଥା
Fact:-
ଏହା ସାଧାରଣ ଲୋକଙ୍କୁ ବିନାଲାଭରେ ଅଧିକ ଅସୁବିଧାରେ ପକାଇପାରେ
୭】
Myth:-
ଭାରତକୁ କରୋନାର ଔଷଧ ଜଣାଅଛି, ହାଇଡ୍ରକ୍ସିକ୍ଲୋରୋକୁଇନ।
Fact:-
କ୍ଲୋରୋକୁଇନର in vitro ଆଣ୍ଟିଭାଇରାଲ ଗୁଣ text book ରେ ଆଗରୁ ଲେଖାଅଛି
୮】
Myth:-
ଆଗରୁ ନିର୍ଦ୍ଦିଷ୍ଟ ଉପନ୍ୟାସକାର ଏସବୁ ବିଷୟରେ ଜାଣିଥିଲେ ଓ ତାଙ୍କ ନୋଭେଲରେ ଲେଖିଯାଇଛନ୍ତି
Fact:-
ଲେଖକ କଳ୍ପନାବିଳାସୀ
୯】
Myth:-
କରୋନା ଏକ ନୂଆ ରୋଗ ଓ ଭୂତାଣୁ
Fact:-
SARS କରୋନାଭାଇରସ ୧ , ଆଗରୁ ଥିଲା। ଏହା SARS କରୋନା ଭାଇରସ ୨
୧୦】
Myth:-
ଡେଟଲ, ସାଭଲନ, ହେକ୍ସିଡିନ, ମଦ... ଏସବୁ ମୁଁ ବ୍ୟବହାର କରେ
Fact:-
କରନ୍ତୁ, ଏସବୁକୁ କରୋନା ଖାତିର କରେନି
୧୧】
Myth:-
ଗରମ ପଡିଲେ, କରୋନା ଫେରିଯିବ
Fact:-
ପ୍ରମାଣ ନାହିଁ ସେମିତି କଥାର କିଛିବି। ବାଇଦୁଏ, ପୃଥିବୀରେ ଗୋଟେପଟେ ଗରମକୁ ଆରପଟେ ଥଣ୍ଡା।
୧୨】
Myth:-
ତାପମାତ୍ରାସହ କରୋନାର ସମ୍ପର୍କ ନାହିଁ
Fact:-
ନିଶ୍ଚିତ ଅଛି। ସେଥିପାଇଁ ଗରମପାଣିରେ ଅସନା ପୋଷାକ ଓ ମାସ୍କ ଧୁଅନ୍ତୁ, ଭଲକି ଇସ୍ତ୍ରୀ କରି ପିନ୍ଧନ୍ତୁ।
୧୩】
Myth:-
ଭିନେଗାର ଓ ଭୋଡକା, ଭାଇରସ ର ଶତ୍ରୁ।
Fact:-
ନାହିଁ। ୭୦% ଆଲକୋହଲ ଦରକାର।
You can follow @drgynaec.
Tip: mention @twtextapp on a Twitter thread with the keyword “unroll” to get a link to it.

Latest Threads Unrolled: