କରୋନା ବିରୋଧରେ ଲଢେ଼ଇକୁ ଆହୁରି ସମୃଦ୍ଧ ତଥା ନିଜ ଏକତା ପ୍ରଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା କାଲି ରାତି ନଅଟା ବେଳେ ନଅ ମିନିଟ୍ ଲାଇଟ୍ ବନ୍ଦ କରି କ୍ୟାଣ୍ଡେଲ୍, ଦୀପ, ମୋବାଇଲ ଲାଇଟ୍ ଆଦି ଜାଳିବା ପାଇଁ ଅନୁରୋଧ କରିଛନ୍ତି । ତେବେ କିଛି ଗୋଷ୍ଠୀ ଏହାକୁ ନେଇ ବିଭିନ୍ନ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବାରୁ କିଛି ତଥ୍ୟ

ଆମ ଦେଶର ସମସ୍ତ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ , ବିଦ୍ୟୁତ ଉତ୍ପାଦନ ସଂସ୍ଥା (generation plant)ଏବଂ ଆବଶ୍ୟକ ପାୱାର( load)ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି । ଆଉ ଆମ ଦେଶରେ ପାୱାର frequency 50 Hz ଧରା ଯାଇଛି , ଯେଉଁଥିରେ ସର୍ବାଧିକ (+-) 3 ପ୍ରତିଶତ ଏପଟ ସେପଟ ହୋଇପାରେ । ଅର୍ଥାତ୍ 48 Hz ରୁ 52 Hz ମଧ୍ୟରେ।
ଯଦି load demand ବଢ଼ି ଯାଏ ଆଉ ସେହି ହିସାବରେ generation ବଢ଼ି ନଥାଏ , ତେବେ frequency କମି କମି ଯାଏ ଏବଂ 48 Hz ରୁ କମି ଗଲେ system failure ର ସମ୍ବାବନା ସୃଷ୍ଟି ହୁଏ ।
ଠିକ୍ ସେହିଭଳି ଯଦି ଆମର load demand କମି କମି ଯାଏ ତେବେ Frequency ବଢ଼ି ବଢ଼ି ଯାଏ , ଏବଂ 52 Hz ରୁ ଅଧିକ ବଢ଼ି ଗଲେ , system failure ର ସମ୍ଭାବନା ସୃଷ୍ଟି ହୁଏ ।
ପାଞ୍ଚ ତାରିଖରେ ଯଦି ଏକା ସାଙ୍ଗରେ ସମସ୍ତ ଲାଇଟ୍ ବନ୍ଦ କରାଯାଏ , ତେବେ Frequency ବଢିବ ନିଶ୍ଚିତ , ମାତ୍ର ତାହା ଯଦି ସର୍ବଶ୍ରେଷ୍ଠ 52 Hz କୁ ଅତିକ୍ରମ କରେ ତେବେ ହିଁ , system failure ହେବ । କିନ୍ତୁ ପ୍ରଧାନମନ୍ତ୍ରୀ କେବଳ ଲାଇଟ୍ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି । ଘରର ଅନ୍ୟାନ୍ୟ ବିଦ୍ୟୁତିକ ଉପକରଣ ବନ୍ଦ କରିବାକୁ ନୁହେଁ।
ଫ୍ରିଜ୍ , ଫ୍ୟାନ୍ , ଟିଭି ,ଏସି ଆଦି ବିଦ୍ୟୁତ ଚାଳିତ ଉପକରଣ ବ୍ୟବହାର ରେ ଥିବ , streetlights ବି ଚାଲୁ ରହିବ , ଶିଳ୍ପ ସଂସ୍ଥା , ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ରେ ବିଦ୍ୟୁତର ବ୍ୟବହାର ହେବ । ଡ଼ାକ୍ତରଖାନା ମାନଙ୍କରେ ମଧ୍ୟ ବିଦ୍ୟୁତ ଉପକରଣ ଚାଲୁ ରହିବ । ତେଣୁ ଏହା ସଂପୂର୍ଣ୍ଣ ବିଦ୍ୟୁତ ବ୍ୟବସ୍ଥାକୁ ଅପଙ୍ଗ କରିବ ନାହିଁ ।
ଏହା ପରେ ବି ସରକାରଙ୍କ ତରଫରୁ ଆସନ୍ନ କୈାଣସି ଅଘଟଣ ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି , ସାରା ଭାରତ ପାଞ୍ଚଟି region ରେ ବିଭକ୍ତ ଅଛି । ସେଗୁଡିକ ହେଲା Northern region , southern region , western region , eastern region ଏବଂ North eastern region । କେତେ load କମିବ ତାହାର ହିସାବ ମଧ୍ୟ ସରିଛି।
ପ୍ରତିଟି ରାଜ୍ୟ ରେ , ପ୍ରତି region ରେ କେତେ ବିଦ୍ୟୁତ load କମିବ , ତାହାର ମଧ୍ୟ ସମସ୍ତ ତଥ୍ୟ ସରକାର ପ୍ରସ୍ତୁତ କରା ଯାଇ , ସେହି ହିସାବରେ ବିକଳ୍ପ ବ୍ୟବସ୍ଥା ମାନ ଗ୍ରହଣ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ମାନ ନିଆଯାଉଛି।
ପ୍ରତିଟି ରାଜ୍ୟର SLDC ( State Load dispatch center ) ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆମ ରାଜ୍ୟର SLDC ଭୁବନେଶ୍ୱର ର ମଞ୍ଚେଶ୍ଵର ଅବସ୍ଥିତ , ଏହା ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଶକ୍ତି ବିଭାଗ ତରଫରୁ ସୂଚନା ଦିଆଯାଇଛି।
ଏହା ପାଇଁ ବିଭାଗ ତରଫରୁ ସ୍ଵତନ୍ତ୍ର guideline ମାନ ତିଆରି କରାଯାଇଛି , ଏବଂ ସମସ୍ତ ଅଭିଜ୍ଞ ବିଦ୍ୟୁତ ଅଫିସର ତଥା ବିଦ୍ୟୁତ କର୍ମଚାରୀମାନଙ୍କୁ ବିଭାଗ ରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କିଛି ବ୍ୟକ୍ତିବିଶେଷ ମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ଅପପ୍ରଚାର ଚଳେଇବା ହେତୁ , ଓଡ଼ିଆ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଏକ ପ୍ରେସ ବିବୃତିରେ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି।
ଶେଷରେ ଏତିକି କୁହାଯାଇପାରେ ପ୍ରଧାନମନ୍ତ୍ରୀ କେବଳ ଲାଇଟ୍ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି , ତେଣୁ ସମସ୍ତଙ୍କୁ ଅନୁରୋଧ ଲାଇଟ୍ ହିଁ ବନ୍ଦ କରନ୍ତୁ , ଏବଂ କରୋନା ବିରୋଧରେ ଏ ଲଢେଇ ରେ ନିଜକୁ ସାମିଲ କରନ୍ତୁ । ଯେଉଁମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ଅପପ୍ରଚାର କରୁଛନ୍ତି ସେମାନଙ୍କୁ ଅଣଦେଖା କରନ୍ତୁ ।